Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୨୯୦୨କୁ ବୃଦ୍ଧି, ୨୪ ଘଣ୍ଟାରେ ୬୦୧ ନୂତନ ମାମଲା, ଗଲାଣି ୬୮ ଜଣଙ୍କ ଜୀବନ

4/04/2020 at 5:48 PM

ନୂଆଦିଲ୍ଲୀ ୦୪।୦୪: ଦେଶରେ କରୋନା ଭାଇରସ୍ ବଢୁଥିବା ମାମଲାକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଆଲର୍ଟ ରହିଛି। ଏହାରି ଆଧାରରେ ପ୍ରତି ଦିନ  ସାମ୍ବାଦିକ ସମ୍ମିଳନୀ କରି ସ୍ଥିତି ବିଷୟରେ ସୂଚନା ଦିଆଯାଉଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, ଗତ ୨୪ ଘଣ୍ଟାରେ ୬୦୧ଟି ନୂତନ ମାମଲା ସାମ୍ନାକୁ ଆସିଛି। ଏହି ସମୟରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ମନ୍ତ୍ରଣାଳୟ ମୁହଁ ଘୋଡାଇ ରଖିବାକୁ ଆଡଭାଇଜରି ଜାରି କରିଛନ୍ତି।

ସମଗ୍ର ଦେଶରେ ଅଦ୍ୟାବଧି ୨୯୦୨ଟି କରୋନା ମାମଲା ସାମ୍ନାକୁ ଆସିଛି। ଏଥିରୁ ୬୮ ଜଣଙ୍କ ଏହି ମହାମାରୀ ଭାଇରସରେ ମୃତ୍ୟୁ ଘଟିଛି। ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ମୁକାବିଲାକୁ ଆହୁରି ଜୋରଦାର କରିବାକୁ ୧.୩୪ ଲକ୍ଷ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଟେଷ୍ଟିଂ ବଢାଇବା ଉପରେ ଜୋର ଦିଆଯାଉଛି। ସମସ୍ତ ରାଜ୍ୟଗୁଡିକୁ ଡାକ୍ତରୀ ଉପକରଣ ପଠାଯାଉଥିବା ସେ କହିଛନ୍ତି। ୧୭ ରାଜ୍ୟରେ ତବଲିଗି ଜମାତ ସମ୍ବନ୍ଧିତ ୧୦୨୩ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି।

ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, ଆମ ପାଖରେ ଥିବା ରିପୋର୍ଟ ଅନୁଯାୟୀ କରୋନାରେ ଯାହାଙ୍କର ମୃତ୍ୟୁ ଘଟୁଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ବୟସ୍କ ବ୍ୟକ୍ତି ଏବଂ ସେମାନେ ବହୁବିଧ ରୋଗରେ ପୀଡିତ। ତେଣୁ ବହୁବିଧ ରୋଗରେ ପୀଡିତ ବ୍ୟକ୍ତି ସରକାରଙ୍କ ନିର୍ଦ୍ଦେଶର ପାଳନ କରନ୍ତୁ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସରକାରଙ୍କ ପଦକ୍ଷେପ ଧିରେ ଧିରେ ସଫଳ ହେଉଛି ଏବଂ ଯଦି ଏଥିରେ ତ୍ରୁଟି ରହେ ତେବେ ସ୍ଥିତି ବହୁତ ଖରାପ ହୋଇପାରେ। ସେ କହିଛନ୍ତି ଯେ, ମୋଟ୍ ଚିହ୍ନଟଙ୍କ ମଧ୍ୟରେ ୩୦ ପ୍ରତିଶତ ଗୋଟିଏ ସ୍ଥାନରୁ ସମ୍ବନ୍ଧିତ। ତେଣୁ ସବୁ ସ୍ତରରେ ଆମର ଗୋଟିଏ ପ୍ରୟାସ ହେବା ଉଚିତ୍ ଯେ ଆମେ ଏକାଠି ମିଶି କାମ କରିବା।

   Related Posts