କିନ୍ନର ମହାସଂଘର ସାମ୍ବାଦିକ ସମ୍ମିଳନୀ: କହିଲେ, 'ଏଥର ଏମିିତି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ'

Published By : Prameya-News7 Bureau | October 02, 2020 IST

ମାଲକାନଗିରି୨/୧୦: ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ରଖିଲେ ମାଲକାନଗିରିର କିନ୍ନର ମହାସଂଘ। କିନ୍ନରମାନେ ରାସ୍ତା-ଘାଟରେ ଭିକ୍ଷାବୃତ୍ତି କରୁଥିବା ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି। ଏ ନେଇ କିନ୍ନର ମହାସଂଘ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

{"id":337562,"sizeSlug":"large"}

କିନ୍ନର ମହାସଂଘ ପକ୍ଷରୁ କୁହାଯାଇଛି ଯେ, ମାଲକାନଗିରି ଜିଲ୍ଲାରେ କୌଣସି କିନ୍ନର ଲୋକମାନଙ୍କ ଠାରୁ ଭିକ ମାଗୁ ନାହାନ୍ତି , କାରଣ ମାଲକାନଗିରି ଜିଲ୍ଲା ପ୍ରଶାସନର ସହାୟତାରେ କିନ୍ନରମାନଙ୍କର ଯୋଗ୍ୟତା ଅନୁସାରେ ସେମାନଙ୍କୁ ବିଭିନ୍ନ ବୈଷୟିକ ତାଲିମ ଦିଆଯାଇଛି। ପରବର୍ତ୍ତୀ ସମୟରେ ସେମାନଙ୍କୁ ମେଡିକାଲ, ଆହାର କେନ୍ଦ୍ର ଓ କେତେକ ସରକାରୀ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି ।

{"id":337564,"sizeSlug":"large"}

ମାସିକ ଦରମା ପାଇବା ସହ ସେମାନେ ଭଲରେ ଥିବା କଥା କିନ୍ନର ମହା ସଂଘର ସଭାପତି କହିଛନ୍ତି । ତେଣୁ ସେମାନଙ୍କୁ ବଦନାମ କରିବା ଲାଗି ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି। ଯେଉଁମାନେ ଏଭଳି ଅପପ୍ରଚାର କରିବେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବେ ବୋଲି କିନ୍ନର ସଂଘର ସଭାପତି ଦୁର୍ଗା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.