କଂଗ୍ରେସ ସରକାର ଭଙ୍ଗ ପରେ ଏବେ ପୁଡୁଚେରୀରେ ଲାଗିବ ରାଷ୍ଟ୍ରପତି ଶାସନ, ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

Published By : Prameya-News7 Bureau | February 24, 2021 IST

ନୂଆଦିଲ୍ଲୀ ୨୪/୦୨: ପୁଡୁଚେରୀରେ କଂଗ୍ରେସ ସରକାର ଯିବା ପରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୁଧବାର ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଚଳିତ ସପ୍ତାହରେ ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଇସ୍ତଫା ଦେଇଥିଲେ। କଂଗ୍ରେସ ଆସ୍ଥା ଜିଣିବାରେ ବିଫଳ ହେବାରୁ ଅସମୟରେ ସରକାର ଭାଙ୍ଗିଲା। ତେବେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ପ୍ରସ୍ତାବ ଉପରେ ମୋହର ଲାଗିଛି।

ବୈଠକ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ପୁଡୁଚେରୀରେ ଶାସନରେ ଥିବା ଦଳରୁ ବିଧାୟକ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ନରାୟଣସାମୀ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ କୌଣସି ଦଳ ସେଠାରେ ସରକାର କରିବାକୁ ଦାବି ଜଣାଇନାହାନ୍ତି। ଏହା ପରେ ଉପରାଜ୍ୟପାଳ ପୁଡୁଚେରୀରେ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଛନ୍ତି।

wp:embed {"url":"https://twitter.com/ANI/status/1364512588776697856","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1364512588776697856
/wp:embed

ଜାଭଡେକର କହିଛନ୍ତି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଏହାକୁ ମଞ୍ଜୁରୀ ଦେଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଧାନସଭା ଭଙ୍ଗ ହୋଇଯିବ। ତେବେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ଖୁବଶୀଘ୍ର ହୋଇପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.