Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରେଳବାଇରେ ବନ୍ଦ ହୋଇଯାଇଛି ‘ପ୍ରେସିଡେନସିଆଲ ସେଲୁନ’ ପରମ୍ପରା, ରାଷ୍ଟ୍ରପତିଙ୍କ ଯାତ୍ରା ଲାଗି କର୍ତ୍ତୃପକ୍ଷ ଯୋଗାଇ ଦେଲେ ସ୍ୱତନ୍ତ୍ର ଟ୍ରେନ୍

25/06/2021 at 8:05 PM

ନୂଆଦିଲ୍ଲୀ ୨୫।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦିଲ୍ଲୀରୁ କାନପୁରକୁ ରେଳ ଯାତ୍ରା କରିଛନ୍ତି। ତେବେ ପୂର୍ବରୁ ରେଳବାଇ ପକ୍ଷରୁ  ଯୋଗାଇ ଦିଆଯାଉଥିବା ‘ପ୍ରେସିଡେନ୍ସିଆଲ ସେଲୁନ’ରେ କିନ୍ତୁ ରାଷ୍ଟ୍ରପତି ଯାତ୍ରା କରି ନାହାନ୍ତି। ରେଳବାଇରେ ପ୍ରେସିଡେନ୍ସିଆଲ ସେଲୁନ  ପରମ୍ପରା ବନ୍ଦ ହୋଇଯାଇଛି ଓ ଏହାବି ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ବୋଲି ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି। ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ରାଷ୍ଟ୍ରପତି ସ୍ୱତନ୍ତ୍ର ରେଳ ଯୋଗେ କାନପୁର ଗସ୍ତରେ ଯାଇଛନ୍ତି।

ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରଠାରୁ ଏହା ତାଙ୍କର ପ୍ରଥମ ରେଳ ଯାତ୍ରା ଓ ଏହାବି ତାଙ୍କ ନିଜ ଗାଁକୁ। ରାଷ୍ଟ୍ରପତି ଟ୍ରେନ ଯୋଗେ ଉତ୍ତରପ୍ରଦେଶ କାନପୁର ଦେହାତସ୍ଥିତ ନିଜ ପୈତୃକ ଗ୍ରାମ ପରୌଙ୍ଖ ଯାଇଛନ୍ତି। ତେବେ ରେଳବାଇ ରାଷ୍ଟ୍ରପତିଙ୍କ ଯାତ୍ରା ଲାଗି ଉପଲବ୍ଧ କରିଥିବା ଟ୍ରେନ୍‌କୁ ରାଷ୍ଟ୍ରପତିଙ୍କ ଟ୍ରେନ୍‌ ସେଲୁନ ଅଥବା ପ୍ରେସିଡେନ୍ସିଆଲ ସେଲୁନ ନାମ ଦେଇନାହାନ୍ତି। ସ୍ୱାଧୀନତା ପରଠାରୁ ରାଷ୍ଟ୍ରପତିଙ୍କ ରେଳ ଯାତ୍ରା ଲାଗି ରେଳବାଇ ପ୍ରେସିଡେନ୍ସିଆଲ ସେଲୁନ ଯୋଗାଇ ଦେବାର ପରମ୍ପରା ରହିଆସିଛି।

ତେବେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଏପରି ଟ୍ରେନ୍‌ ସେବା ପରମ୍ପରାକୁ ରେଳବାଇରୁ ହଟାଇ ଦିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଏହା ଦ୍ୱାରା ପ୍ରେସିଡେନ୍ସିଆଲ ସେଲୁନର ବାର୍ଷିକ ନବୀକରଣ ଓ ରକ୍ଷଣାବେକ୍ଷଣା ବାବଦକୁ ରେଳବାଇଙ୍କ ଖର୍ଚ୍ଚ ସଞ୍ଚୟ  ହୋଇ ପାରିଛି ବୋଲି ରେଳବାଇ କହିଛନ୍ତି। ତେବେ ରାଷ୍ଟ୍ରପତି ଯଦି ରେଳଯାତ୍ରା ପାଇଁ ଆଗ୍ରହୀ  ହୁଅନ୍ତି ତେବେ ତାଙ୍କ ଲାଗି ରେଳବାଇ ପ୍ରେସିଡେନ୍ସିଆଲ ସେଲୁନ ବଦଳେ ସ୍ୱତନ୍ତ୍ର ଟ୍ରେନ ଯୋଗାଇ ଦେଉଥିବା କହିଛନ୍ତି।  ତେବେ ରାଷ୍ଟ୍ରପତିଙ୍କୁ ରେଳରେ ଯାତ୍ରା ଲାଗି ରେଳବାଇ ହିଁ ଆମନ୍ତ୍ରଣ କରିଥିଲେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

କୋଭିଡ-୧୯ ମହାମାରୀ ଲାଗି ଦେଶରେ ଟ୍ରେନସେବା ବନ୍ଦ ହୋଇଯାଇଥିଲା। ମହାମାରୀ ଥମିବା ପରେ ଜନଜୀବନ ପୁଣି ସ୍ୱଭାବିକ ହେଲାଣି। ରେଳ ଚଳାଚଳ ମଧ୍ୟ କଲାଣି। ଏଣୁ ରେଲବାଇ ରାଷ୍ଟ୍ରପତିଙ୍କୁ ଦେଶର ଏହି ସାର୍ବଜନିକ ପରିବହନ ବ୍ୟବସ୍ଥାରେ ଯାତ୍ରା କରିବାକୁ ନିବେଦନ କରିଥିଲା। ଏଥିପାଇଁ ରାଷ୍ଟ୍ରପତିଙ୍କ ଗ୍ରାମ ପର୍ଯ୍ୟନ୍ତ ରେଳବାଇ ଏକ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା ମଧ୍ୟ କରିଛନ୍ତି।ତେବେ ଟ୍ରେନ୍‌ରେ ରାଷ୍ଟ୍ରପତିଙ୍କ ଯାତ୍ରା  ରେଳବାଇ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିବା ରେଳବାଇ ମୁଖପାତ୍ର କହିଛନ୍ତି। ମହାମାରୀ ଭଳି ଜଟିଳ ସମୟରେ ରେଲବାଇ କର୍ମଚାରୀମାନେ ଉତ୍ସର୍ଗିକୃତ ପରିଶ୍ରମ କରି ଲୋକଙ୍କୁ ରେଳ ସେବା ଯୋଗାଇ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ରେଳଯାତ୍ରା ଯୋଗୁ ଲୋକଙ୍କୁ ଏବେ ବ୍ୟବସାୟ, ପର୍ଯ୍ୟଟନ ଓ ଅନ୍ୟ ଉଦ୍ଦେଶ୍ୟରେ ଯାତ୍ରା ଲାଗି ପ୍ରେରଣା ମିଳିବ ବୋଲି ସେ କହିଛନ୍ତି।

   Related Posts