Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କରୋନା ସଙ୍କଟରେ ମଧ୍ୟ ସ୍ଥଗିତ ହେବନାହିଁ ରାଷ୍ଟ୍ରପତି ନିର୍ବାଚନ, ଟ୍ରମ୍ପ୍ କହିଲେ ନଭେମ୍ବର ୩ ଭଲ ତାରିଖ

28/04/2020 at 11:44 AM

ଓ୍ବାଶିଂଟନ୍ ୨୮।୪: କରୋନା ଭାଇରସ୍ ବ୍ୟତୀତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଆମେରିକାରେ କରୋନା ବିପର୍ଯ୍ୟୟ ଏତେ ଅଧିକ ଯେ ଏଥର ରାଷ୍ଟ୍ରପତି ନିର୍ବାଚନ ହେବ କି ନାହିଁ ସେନେଇ ସମସ୍ତେ ଆଶଙ୍କାରେ ଅଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ନିର୍ବାଚନ ସେହି ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ତାଙ୍କର କୌଣସି ଯୋଜନା ନାହିଁ ।

ହ୍ବାଇଟ୍ ହାଉସ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ରାଷ୍ଟ୍ରପତି ନିର୍ବାଚନକୁ ସ୍ଥଗିତ ରଖିବାକୁ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ, ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ମୁଁ କେବେ ଭାବି ନାହିଁ । ନଭେମ୍ବର ୩ରେ ହିଁ ନିର୍ବାଚନ ଅନୁଷ୍ଠିତ ହେବ । ତାହା ଏକ ଭଲ ତାରିଖ ।

ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ବଢିବାରେ ଲାଗିଛି । ଆମେରିକାର ଅବସ୍ଥା ଅନିୟନ୍ତ୍ରିତ ହେବାରେ ଲାଗିଛି । ଏଠାରେ ପ୍ରାୟ ୧୦ ଲକ୍ଷ ଲୋକ ଏହି ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବାବେଳେ ୫୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ବିଶେଷଜ୍ଞମାନଙ୍କ ମତରେ ଆଗକୁ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏହା ଦେଖାଯିବ ଯେ, ଡୋନାଲ୍ଡ ଟ୍ରମ୍ପ୍ କରୋନା ଭାଇରସ୍ ସଙ୍କଟର କିଭଳି ମୁକାବିଲା କରିଛନ୍ତି । ଯଦି ଲୋକମାନେ ତାଙ୍କ କାର୍ଯ୍ୟରେ ଖୁସି ଥିବେ ତେବେ ସେ ବହୁ ସଂଖ୍ୟକ ଭୋଟ୍ ପାଇପାରିବେ । କରୋନା ସଙ୍କଟ ମଧ୍ୟରେ ମଧ୍ୟ ଲକ୍ ଡାଉନ୍ ଘୋଷଣା ନକରିବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରଖିବା ନେଇ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ଆମେରିକାବାସୀ ସମାଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଡୋନାଲ୍ଡ ଟ୍ରମ୍ପ୍ ରିପବ୍ଲିକାନ୍ ପାର୍ଟି ଦ୍ବାରା ପୁନଃ ମନୋନୀତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଅନ୍ୟପଟେ ଡେମୋକ୍ରାଟିକ୍ସ ପକ୍ଷରୁ ଜୋ ବିଡେନଙ୍କ ରାସ୍ତା ଏକ ପ୍ରକାର ସଫା ଥିବା ଜଣାପଡୁଛି । କରୋନା ଯୋଗୁଁ ଗତ କିଛି ଦିନ ହେବ ଆମେରିକାରେ ନିର୍ବାଚନ ପ୍ରଚାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

   Related Posts