ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ରକ୍ଷାବନ୍ଧନ ଅଭିନନ୍ଦନ, କହିଲେ ମହିଳାଙ୍କ ସମ୍ମାନ ଲାଗି ସଂକଳ୍ପର ଦିନ

Published By : Prameya-News7 Bureau | August 02, 2020 IST

ନୂଆଦିଲ୍ଲୀ ୨।୮: ସାରା ଦେଶରେ ସୋମବାର ରକ୍ଷାବନ୍ଧନ ପର୍ବ ପାଳିତ ହେବ। ଭାଇ ଓ ଭଉଣୀଙ୍କ ଶ୍ରଦ୍ଧାର ପ୍ରତିକ ଏହି ପର୍ବ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରକ୍ଷାବନ୍ଧନ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଦେଶକୁ ସମ୍ବୋଧିତ କରି ମହିଳାଙ୍କ ସମ୍ମାନ ଲାଗି ପ୍ରତ୍ୟେକ ନାଗରିକକୁ ସଂକଳ୍ପନେବାକୁ କହିଛନ୍ତି। ଯାହା ଦ୍ୱାରା ସେମାନେ ରାଷ୍ଟ୍ର ଓ ସମାଜକୁ ନିଜର ଶ୍ରେୟ ଦେଇପାରିବେ।

ରାଷ୍ଟ୍ରପତି ରକ୍ଷାବନ୍ଧନକୁ ଏକ ଏପରି ଉତ୍ସବ କହିଛନ୍ତି ଯାହା ମହିଳାଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ସେମାନଙ୍କ କୁଶଳତା ଲାଗି କାମ କରିବା ନିମନ୍ତେ ଆମ ଇଚ୍ଛା ଶକ୍ତିକୁ ଆହୁରି ଦୃଢ କରିଥାଏ। ତେବେ ଆସନ୍ତୁ ଆମେ ସମସ୍ତେ ମହିଳାଙ୍କ ସମ୍ମାନ ଓ ଗୌରବ ସୁରକ୍ଷା ଲାଗି ଶପଥ ନେବା ବୋଲି ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବାର୍ତ୍ତାରେ ଦେସବାସୀଙ୍କୁ ରାଷ୍ଟ୍ରପତି ରକ୍ଷାବନ୍ଧନ ଅଭିନନ୍ଦନ ଜ୍ଞାପନ କରିଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.