Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

୧୯୭୧ରେ ପାକ୍ ଯୁଦ୍ଧ ଜାହାଜକୁ କରିଥିଲା ଧ୍ୱଂସ ; ନୌସେନାର ପରାକ୍ରମୀ ଯୁଦ୍ଧ ଜାହାକୁ ବୁଧବାର ସମ୍ମାନିତ କରିବେ ରାଷ୍ଟ୍ରପତି

7/12/2021 at 11:13 PM

ମୁମ୍ବାଇ ୦୭/୧୨ : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡିସେମ୍ବର ୮ ରେ ଭାରତୀୟ ନୌସେନାର ପରାକ୍ରମୀ ଯୁଦ୍ଧଯାହାଜର ୨୨ତମ ‘‘ମିସାଇଲ ବେସଲ ସ୍କ୍ୱାଡ୍ରନ’’ ବା କିଲର ସ୍କ୍ୱାର୍ଡନକୁ ମାନକ ଦେଇ ସମ୍ମାନିତ କରିବେ। ଏହି ବିଶେଷ ଅବସରରେ ଭାରତୀୟ ଡାକ ବିଭାଗ ତରଫରୁ ମଧ୍ୟ ଡାକ ଟିକେଟ ଉନ୍ମୋଚନ କରାଯିବ। ଯୁଦ୍ଧ ଜାହାଜଟି ଦୀର୍ଘ ୫୦ ବର୍ଷ ଧରି ଦେଶର ସୁରକ୍ଷାରେ ନିୟୋଜିତ ଥିବାରୁ ଏହି ଦୁର୍ଲଭ ସମ୍ମାନ ଦିଆଯାଉଛି। ଏହି ବେସଲ ସ୍କ୍ୱାଡ୍ରନ ୧୯୭୧ ମସିହାରେ ପାକିସ୍ତାନର କରାଚି ବନ୍ଦରରେ ପାକିସ୍ତାନୀ ନୌସେନାର ଏକ ଜାହାଜକୁ ସମୂଳେ ନଷ୍ଟ କରିଦେଇଥିଲା।

ଭାରତୀୟ ନୌସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏହି ଯୁଦ୍ଧ ଜାହାଜକୁ ବେସଲ ସ୍କ୍ୱାର୍ଡନ ବା କିଲର ସ୍କ୍ୱାର୍ଡନ ମଧ୍ୟ କୁହାଯାଏ। ଏହି ଯୁଦ୍ଧ ଜାହାଜ ୫୦ ବର୍ଷ ଧରି ନୌସେନାରେ ତାର ସେବା ଯୋଗାଇ ଆସୁଛି। ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ସମୁଦ୍ରରେ ବିଶ୍ୱସନୀୟ ଭାବେ ଆକ୍ରମଣାତ୍ମକ କ୍ଷମତା ଜାରି ରଖିଛି। ଏବେ ମୁମ୍ବାଇରେ ଥିବା ମିସାଇଲ ବେସଲ ସ୍କ୍ୱାଡ୍ରନ ଅପରେସନ ବିଜୟ , ଅପରେସନ ପରାକ୍ରମରେ ନିଜର ସାହସିକତା ପ୍ରଦର୍ଶନ କରିଛି। ସୁରକ୍ଷା ଦୃଷ୍ଟିରୁ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସମୁଦ୍ର ସୀମାଠୁ ଅଳ୍ପ ଦୂରରେ ବେସଲ ସ୍କ୍ୱାଡ୍ରନକୁ ମଧ୍ୟ ମୃତୟନ କରାଯାଇଥିଲା।

   Related Posts