ସାମାଜିକ ଗଣମାଧ୍ୟମ କମ୍ପାନୀ ବିରୋଧୀ ଏକ‌ଜିକ୍ୟୁଟିଭ୍ ଅର୍ଡରରେ ମୋହର ମାରିବେ ଟ୍ରମ୍ପ, ଟୁଇଟ୍‌ରର ଫ୍ୟାକ୍ଟ ଚେକ୍ ନେଇ ହୋଇଥିଲେ କ୍ଷୁବ୍ଧ

Published By : Prameya-News7 Bureau | May 28, 2020 IST

ଓ୍ଵାଶିଂଟନ ୨୮।୦୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମାଜିକ ଗଣମାଧ୍ୟମ କମ୍ପାନୀ ବିରୋଧରେ କାର୍ଯ୍ୟକାରୀ ଆଦେଶ ଜାରି କରି ପାରନ୍ତି। ଟ୍ରମ୍ପ ଏକ‌ଜିକ୍ୟୁଟିଭ୍ ଅର୍ଡରରେ ମୋହର ମାରିବେ ବୋଲି ଗୁରୁବାର ଏହି ବିଷୟରେ ହ୍ଵାଇଟ୍‌ ହାଉସ୍‌ର ପ୍ରେସ୍‌ ସେକ୍ରେଟାରୀ କେଲି ମ୍ୟାକନେନି ଏହି ବିଷୟରେ ସୂଚନା ଦେଇଛନ୍ତି।

ମ୍ୟାକନିନ୍‌ କିନ୍ତୁ ଏହା କହି ନାହାନ୍ତି ଯେ, ଟୁଇଟ୍‌ର ବିରୋଧରେ କେଉଁ ପ୍ରକାରର ଆଦେଶ ହେବ ଜଣା ପଡିନି। ମାତ୍ର ଲାଗୁଛି ଯେ, ଟ୍ରମ୍ପ ଆମେରିକାର ଟେକ୍ କମ୍ପାନୀଙ୍କ ବିରୋଧରେ ଲଢେଇ ଆରମ୍ଭ କରି ଦେଇଛନ୍ତି। ସିଏନଏନର ରିପୋର୍ଟ ଅନୁଯାୟୀ ଟ୍ରମ୍ପ ବାକ୍ ସ୍ଵାଧୀନତା ଓ ବଢୁଥିବା ଭୁଲ୍ ତଥ୍ୟ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ଚାହୁଁଛନ୍ତି।

ଟୁଇଟର ଫ୍ୟାକ୍ଟ ଚେକ୍‌କୁ ନେଇ କ୍ଷୁବ୍ଧ ଟ୍ରମ୍ପ

ପୂରା ଘଟଣାକ୍ରମ ଆରମ୍ଭ ସେହି ସମୟରେ ହୋଇଛି, ଯେବେ ଟୁଇଟ୍‌ର ଟ୍ରମ୍ପଙ୍କ ଦୁଇଟି ଟୁଇଟ୍‌କୁ ଟୁଇଟ୍‌ର ଫ୍ୟାକ୍ଟ ଚେକ୍ କଲା। ଏହି ଫ୍ୟାକ୍ଟ ଚେକ୍‌ ନେଇ ଟ୍ରମ୍ପ ତୁରନ୍ତ ଟୁଇଟ୍‌ର ପ୍ରତି କଡା ଟିପ୍ପଣୀ ଦେଇଥିଲେ। ସେ ସାମାଜିକ ଗଣମାଧ୍ୟମକୁ ବନ୍ଦ କରି ଦେବାକୁ ଧମକ ଦେଇଥିଲେ। ଏପରିକି ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଯଦି ତାଙ୍କ ସନ୍ଦେଶ ଉପରେ ପ୍ରଶ୍ନ ଉଠାଇବାକୁ ଚେଷ୍ଟା କରାଯାଏ ତେବେ, ଫେଡେରାଲ ସରକାରଙ୍କ ଅଧିକାରୀଙ୍କ ବ୍ୟବହାର କରି କମ୍ପାନୀକୁ ବନ୍ଦ କରି ପାରନ୍ତି।

ଏ ପର୍ଯ୍ୟନ୍ତ ଜଣା ପଡିନାହିଁ ଯେ, ଟ୍ରମ୍ପ ନିଜର କାର୍ଯ୍ୟକାରୀ ଆଦେଶ ଜରିଆରେ ସାମାଜିକ ଗଣମାଧ୍ୟମ ଉପରେ କେଉଁ ଭଳି ପ୍ରତିବନ୍ଧକ ଲାଗୁ କରିବେ। ମାତ୍ର ଏହା ସ୍ପଷ୍ଟ ଯେ, ଟ୍ରମ୍ପ ସିଲିକନ ଭ୍ୟାଲି ବିରୋଧରେ ଲଢେଇ ଆରମ୍ଭ କରି ଦେଇଛନ୍ତି।

ନିଜର ସମର୍ଥକଙ୍କୁ ଦୃଢ ସନ୍ଦେଶ ଦେବାକୁ ଚାହାନ୍ତି ଟ୍ରମ୍ପ

ଏ ପର୍ଯ୍ୟନ୍ତ ଟ୍ରମ୍ପ ଏହା ଦେଖାଇବାକୁ ଚେଷ୍ଟା କରି ଆସିଛନ୍ତି ଯେ, ଗଣମାଧ୍ୟମର ଏକ ଶକ୍ତିଶାଳି ବର୍ଗ ତାଙ୍କ ବିରୋଧରେ ଏକଜୁଟ୍ ହୋଇଛନ୍ତି। ଏମିତି ସ୍ଥିତିରେ କେବଳ ତାଙ୍କ ସ୍ଵରକୁ ହିଁ ତାଙ୍କର ସମର୍ଥକ ବିଶ୍ଵାସ କରି ପାରିବେ।

ଟ୍ରମ୍ପଙ୍କ ସାମାଜିକ ଗଣମାଧ୍ୟମର ରଣନୀତି ପ୍ରସ୍ତୁତକାରୀ ଜାସନ ମିଲର କହିଛନ୍ତି, ଏହି ଖେଳରେ  ବାଜି ଟ୍ରମ୍ପଙ୍କ ହାତରେ ରହିଛି। ସେମାନେ ଟ୍ରମ୍ପଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଜାସନ ମିଲର ୨୦୧୬ ନିର୍ବାଚନ ଅଭିଯାନରେ ଟ୍ରମ୍ପଙ୍କ କମ୍ୟୁନିକେସନ ନିର୍ଦ୍ଦେଶକ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.