ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି, NITର ୧୮ତମ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

Published By : Prameya-News7 Bureau | March 10, 2021 IST

ରାଉରକେଲା ୧୦।୩: ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ ତାରିଖରେ ରାଉରକେଲା ସ୍ଥିତ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଆସିବା ନେଇ ରାଷ୍ଟ୍ରପତି ଭବନରୁ ସବୁଜ ସଙ୍କେତ ମିଳିସାରିଛି ।

ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବ ସବୁ ବର୍ଷ ଜାନୁଆରୀରେ ଅନୁଷ୍ଠିତ ହେଉଥିବା ବେଳେ କୋଭିଡ଼୍ କଟକଣା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚ ମାସ ୨୧ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.