ଆସନ୍ତା ୭ରେ ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published By : Prameya-News7 Bureau | December 04, 2019 IST

ଭୁବନେଶ୍ବର ୪।୧: ଆସନ୍ତା ୭ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟା ସାଢେ ୭ଟାରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ସିଧା ଯିବେ ରାଜଭବନ । ଯେଉଁଠି ରାଷ୍ଟ୍ରପତିଙ୍କର ରାତ୍ରି ଯାପନ କାର୍ଯ୍ୟକ୍ରମ ରହିଛି ।

୮ ତାରିଖ ସକାଳ ୯ଟା ୩୦ରେ ବାୟୁସେନା ହେଲିକପ୍ଟର ଯୋଗେ ଖୋର୍ଦ୍ଧା ବରୁଣେଇ ପାହାଡରେ ପହଞ୍ଚିବେ । ସେଠାରେ ପାଇକ ବିଦ୍ରୋହ ସ୍ମୃତି ସ୍ତମ୍ଭର ଭୂମି ପୂଜା କରିବେ ରାଷ୍ଟ୍ରପତି । ସେଠାରୁ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଉଦଯାପନୀ ଉତ୍ସବରେ ଯୋଗ ଦେବେ । ୧ଟା ୪୦ରେ ଉତ୍କଳ ବିଶ୍ବବିଦ୍ୟାଳୟରେ କାର୍ଯ୍ୟକ୍ରମ ସାରି ରାଜଭବନ ଫେରିବେ ରାଷ୍ଟ୍ରପତି ।

ରାଜଭବନରେ ମଧ୍ୟାହ୍ନ ଭୋଜନ ସାରି ଅପରାହ୍ନ ୫ଟାରେ ରାଜଭବନରୁ ଭୁବନେଶ୍ବର ବିମାନବନ୍ଦର ଯିବେ । ସେଠାରୁ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.