ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published By : Prameya-News7 Bureau | September 27, 2019 IST

ଭୁବନେଶ୍ବର ୨୭।୯: ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅପରାହ୍ନରେ ୨ଟା ୩୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ ରାଷ୍ଟ୍ରପତି । ସେଠାରୁ ରାଜଭବନ ନଯାଇ ସିଧାସଳଖ ହେଲିକପ୍ଟର ଯୋଗେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଓହ୍ଲାଇବେ । ସେଠାରୁ ଗୋଳାବନ୍ଧ ଆର୍ମି ଏଡ କଲେଜକୁ ଯାଇ ରାତ୍ରିଯାପନ କରିବେ ।

ଶନିବାର ଆର୍ମି ଏୟାର ଡିଫେନ୍ସ କଲେଜର ୨୫ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇ ଆର୍ମି ଏୟାର ଡିଫେନ୍ସ କର୍ପକୁ ସମ୍ମାନଜନକ ପ୍ରେସିଡେନ୍ସ କର୍ଲସ ପ୍ରଦାନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି । ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍ ଠାରୁ ଆର୍ମି ଏଡ୍ କଲେଜ୍ ମୁଖ୍ୟ ଫାଟକ ରାସ୍ତା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୧୨ ପ୍ଳାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.