ପଗଡ଼ି ଦେଖି ପୁରୁଣା ଓଡ଼ିଆ ବନ୍ଧୁଙ୍କୁ ଚିହ୍ନିଲେ ରାଷ୍ଟ୍ରପତି : ଜାଣନ୍ତୁ କିଏ ଏହି ବନ୍ଧୁ ଏବଂ ତାଙ୍କ ପୂରା କାହାଣୀ

Published By : Prameya-News7 Bureau | December 08, 2019 IST

ଭୁବନେଶ୍ବର (କିଶନ ବରାଇ) ୮/୧୨: ବାଣୀବିହାର ଉତ୍ସବରେ ଚର୍ଚ୍ଚାରେ ଥିଲା ରାଷ୍ଟ୍ରପତିଙ୍କ ବନ୍ଧୁ ଭେଟ । ମଞ୍ଚ ଉପରୁ ଥାଇ ପଗଡ଼ି ଦେଖି ପୁରୁଣା ବନ୍ଧୁଙ୍କୁ ଚିହ୍ନିପାରିଥିଲେ ରାଷ୍ଟ୍ରପତି ।  ତୁରନ୍ତ ଡାକରା ପଠାଇଥିଲେ । ସାଥୀରେ ଫଟୋ ନେଇଥିଲେ, ରାଷ୍ଟ୍ରପତି ଭବନ ଲାଗି ନିମନ୍ତ୍ରଣ ବି ଦେଇଥିଲେ । କିଏ ଏ ବନ୍ଧୁ, କଣ ପୂରା କାହାଣୀ, ଜାଣନ୍ତୁ।

{"id":195319,"sizeSlug":"large"}

ମଞ୍ଚ ତଳେ ବନ୍ଧୁ ବସିଥିଲେ  । ସେ ବି ଆଗଧାଡ଼ିରେ ନୁହେଁ । ହେଲେ ପଗଡ଼ି ଦେଖି ପୁରୁଣା ସାଙ୍ଗକୁ ଠିକ୍ ଚିହ୍ନିପାରିଥିଲେ ରାଷ୍ଟ୍ରପତି । ବାଣୀବିହାରର ସଭା ସରିଆସୁଥିବା ବେଳେ ସାମ୍ନାକୁ ଆସଥିଲା ଏମିତି କାହାଣୀ । ହଠାତ୍ ମଞ୍ଚ ଉପରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କଲେ । ପୂର୍ବତନ ସାଂସଦ ବୀରଭଦ୍ର ସିଂଙ୍କୁ ଭେଟିବାକୁ ଇଚ୍ଛୁକ ରାଷ୍ଟ୍ରପତି । ତୁରନ୍ତ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ବୀରଭଦ୍ରଙ୍କୁ ପାଛୋଟି ନିଆଯାଇଥିଲା । ମଞ୍ଚ ପଛର ଅଭ୍ୟର୍ଥନା କୋଠରୀରେ ବେଶ୍ କିଛି ସମୟ ହସଖୁସିରେ ବିତାଇଥିଲେ ରାଷ୍ଟ୍ରପତି ଓ ବୀରଭଦ୍ର । ଧୀରେ ଧୀରେ ସାମ୍ନାକୁ ଆସିଥିଲା ରାଷ୍ଟ୍ରପତିଙ୍କ ସହ ମୟୂରଭଞ୍ଜର ଏହି ପୁରୁଖା ଆଦିବାସୀ ନେତାଙ୍କ ଘନିଷ୍ଠତା ।

{"id":195321,"width":583,"height":379,"sizeSlug":"large"}

ରାଜ୍ୟସଭାରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ବନ୍ଧୁତା । ହେଲେ ୨୦୦୬ ପରଠାରୁ ଆଉ ଦେଖା ନାହିଁ । ଏମିତି କେତେ ସାଂସଦ, ମନ୍ତ୍ରୀ, ପୂର୍ବତନ ସାଂସଦଙ୍କୁ ଅତୀତରେ ଭେଟିଥିବେ ରାଷ୍ଟ୍ରପତି । ତେଣୁ ଏ ଭିଡ଼ ଭିତରେ ତାଙ୍କୁ ଚିହ୍ନିବେ ଓ ଡାକିବେ ସେ ବିଶ୍ୱାସ କିନ୍ତୁ ନ ଥିଲା ବୀରଭଦ୍ରଙ୍କ । ବନ୍ଧୁବତ୍ସଳ ରାମନାଥ ନିଜ ଆଡ଼ୁ ବୀରଭଦ୍ରଙ୍କ ସହ ଫଟୋ ବି ଉଠାଇଥିଲେ । ରାଷ୍ଟ୍ରପତି ଭବନ ଯିବାକୁ ନିମନ୍ତ୍ରଣ ବି ଦେଇଛନ୍ତି ।

{"id":195322,"width":579,"height":421,"sizeSlug":"large"}

ଅଣକଂଗ୍ରେସର ଟାଣୁଆ ଆଦିବାସୀ ନେତା ଭାବେ ଦିନେ ବୀରଭଦ୍ରଙ୍କ ଥିଲା ରାଜ୍ୟରେ ବଡ଼ ପରିଚୟ । ବିଧାୟକ, ମନ୍ତ୍ରୀ ଓ ପରେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଏବେ ସେ ଆଗଭଳି ସକ୍ରିୟ ନାହାନ୍ତି । ତେବେ ରାଷ୍ଟ୍ରପତିଙ୍କ ବନ୍ଧୁ ଭେଟ ପୁଣିଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.