ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ : ‘ପାଇକ ସ୍ମାରକ ଭାରତର ଗର୍ବ ଓ ଗୌରବର ସ୍ମାରକ’- ରାଷ୍ଟ୍ରପତି

Published By : Prameya-News7 Bureau | December 08, 2019 IST

ଖୋର୍ଦ୍ଧା ୮।୧୨: ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କଲେ ରାଷ୍ଟ୍ରପତି ରାମନାଥ କେବିନ୍ଦ । ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ ।  

ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ, ପାଇକ ସ୍ମାରକ ଭାରତର ଗର୍ବ ଓ ଗୌରବର ସ୍ମାରକ । ସ୍ବାଭିମାନୀ ପାଇକଙ୍କ ବୀରତ୍ବ ଗାଥାର ପ୍ରତୀକ ଏହି ସ୍ମାରକ । କଳାର ଉତ୍କର୍ଷ କ୍ଷେତ୍ର ଓଡିଶା ଏଥିପାଇଁ ସାରା ଦେଶରେ ପରିଚିତ ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡିଆ ଜାତି ସ୍ବାଭିମାନ ଓ ବୀରତ୍ବର ପ୍ରତୀକ । ପାଇକ ସ୍ମାରକ ଏହା ଉତ୍କୃଷ୍ଟ ଉଦାହରଣ ।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି ଯେ, ପାଇକ ବିଦ୍ରୋହ ରାଜ୍ୟ ତଥା ଦେଶ ପାଇଁ ଏକ ଗର୍ବର କଥା । ପାଇକ ସ୍ମାରକ ଦେଖି ବିଶ୍ବବାସୀ ଚମତ୍କୃତ ହେବେ ।  

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବ୍ରିଟିଶ ବିରୁଦ୍ଧରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକ ବିଦ୍ରୋହ । ସ୍ବାଧୀନତାର ମୂଳଦୁଆ ପକାଇଥିଲା ପାଇକ ବିଦ୍ରୋହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.