ସ୍ୱତନ୍ତ୍ର ଟ୍ରେନରେ କାନପୁର ଗସ୍ତରେ ବାହାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/୦୬ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଫଦରଜଙ୍ଗ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ କାନପୁରର ନିଜ ପୈତୃକ ଗାଁ ଗସ୍ତରେ ଯାଇଛନ୍ତି। ତାଙ୍କ ସହ ପତ୍ନୀ ସବିତା କୋବିନ୍ଦ ମଧ୍ୟ ଅଛନ୍ତି। ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ମହାରାଜା ଏକ୍ସପ୍ରେସରେ କାନପୁର ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିବେ। ତାଙ୍କୁ ଏଠାରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିବେ। ଏହା ପରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ସର୍କିଟ ହାଉସ ଯିବେ ଓ ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌ ଫେରିଯିବେ।

{"id":471131,"sizeSlug":"large","linkDestination":"none"}

ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦ ପ୍ରଥମଥର ପାଇଁ ତିନି ଦିନିଆ ଗସ୍ତରେ କାନପୁରକୁ ଆସୁଛନ୍ତି। ଏହି ଗସ୍ତ ମଧ୍ୟରେ ସେ କାନପୁର ସ୍ଥିତ ନିଜ ପୈତୃକ ଗାଁ ପରୋଙ୍ଖ ମଧ୍ୟ ଯିବେ। ରାଷ୍ଟ୍ରିୟ ଭବନରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ରାମନାଥ କୋବିନ୍ଦ ସନ୍ଧ୍ୟା ୭ ଟା ୪୫ ମିନିଟରେ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିବେ। ୧୦ ମିନିଟ୍ ପରେ ସେଠାରୁ ସର୍କିଟ ହାଉସକୁ ଯିବେ। ଜୁନ୍ ୨୫ ରୁ ୨୮ ପର୍ଯ୍ୟନ୍ତ ତାଙ୍କର ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଏଠାରେ ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସ୍ଖଷ୍ଟ କରିବେ।

୧୫ ବର୍ଷ ପରେ ଜଣେ ରାଷ୍ଟ୍ରପତି ରେଳ ଯାତ୍ରା କରୁଛନ୍ତି। ଏହାପୂର୍ବରୁ ୨୦୦୬ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ଟ୍ରେନ ଯୋଗେ ଦିଲ୍ଲୀରୁ ଡେରାଡୁନ ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କୁ ସେଠାରେ ଭାରତୀୟ ମିଲିଟାରୀ ଏକାଡେମୀର ପାସିଙ୍ଗ୍ ଆଉଟ୍ ପରେଡରେ ସାମିଲ ହେବାକୁ ଥିଲା।

{"id":471132,"sizeSlug":"large","linkDestination":"none"}

ରାଷ୍ଟ୍ରପତି ପ୍ରେସିଡେନ୍ସିଆଲ ଟ୍ରେନରେ ଶୁକ୍ରବାର ଦିନ ସନ୍ଧ୍ୟାରେ କାନପୁରରେ ପହଞ୍ଚିବେ। ଜୁନ୍ ୨୬ ରେ ସହରର ପୁରୁଣା ପରିଚିତ ବ୍ୟକ୍ତିଙ୍କୁ ଭେଟିବେ। ଜୁନ୍ ୨୭ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହେଲିକପ୍ଟର ଯୋଗେ ନିଜ ପୈତୃକ ଗାଁ ପରୋଙ୍ଖ ଯିବେ। ଜୁନ୍ ୨୭ ରବିବାର ଅପରାହ୍ନ ୩ ଟା ସମୟରେ ରାଷ୍ଟ୍ରପତି ପରୋଙ୍ଖରୁ କାନପୁର ଯିବେ। ଏଠାରେ ରାତି ବିଶ୍ରାମ କରିବେ ଓ ଜୁନ୍ ୨୮ ସୋମବାର ସକାଳ ୧୦:୨୦ ରେ ପ୍ରେସିଡେନ୍ସିଆଲ ଟ୍ରେନ ଯୋଗେ ଲକ୍ଷ୍ନୌ ଯିବେ। ଲକ୍ଷ୍ନୌରୁ ଜୁନ୍ ୨୯ ତାରିଖ ମଙ୍ଗଳବାର ଅପରାହ୍ନ ୪:୩୦ ରେ ବାୟୁସେନା ବିମାନରେ ଦିଲ୍ଲୀ ଫେରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.