Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଦାବି ପେସ୍ ପରେ ସରକାର ଗଢିବାକୁ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ : ୩୦ରେ ଶପଥ ଗ୍ରହଣ ପାଇଁ ଚାଲିଛି ପ୍ରକ୍ରିୟା

26/05/2019 at 11:20 AM

ନୂଆଦିଲ୍ଲୀ ୨୬/୫: ଦାବି ପେସ୍ ପରେ ସରକାର ଗଠନ ପାଇଁ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୩୦ ତାରିଖ ଗୁରୁବାର ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବେ । ଏଥିପାଇଁ ଚାଲିଛି ପ୍ରକ୍ରିୟା । ଗତ କାଲି ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ପେଶ୍ କରିଥିଲେ ଏନଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି । ସାଥିରେ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ଏହା ପୂର୍ବରୁ ସଂସଦର ସେଣ୍ଟ୍ରାଲ ହଲରେ ନବ ନିର୍ବାଚିତ ସାଂସଦମାନଙ୍କୁ ଉଦ୍ବୋଧନ ଦେଇଥିଲେ ମୋଦି । ପୂର୍ବରୁ ସବ୍କା ସାଥ୍ ସବ୍କା ବିକାଶ ସରକାରର ମନ୍ତ୍ର ଥିବା ବେଳେ ଏଥର ଏଥିରେ ନୂଆ ମନ୍ତ୍ର ଯୋଡ଼ାଯାଇଛି ସବ୍କା ବିଶ୍ବାସ ।

ଦେଶର ଗରିବଙ୍କ ଭଳି ସଂଖ୍ୟାଲଘୁଙ୍କୁ ଡରାଇବାକୁ ଚେଷ୍ଟା କରାଯାଉଥିବାରୁ ସେମାନଙ୍କ ବିଶ୍ବାସ ଜିତିବା ହିଁ ନୂଆ ସରକାରର ଲକ୍ଷ୍ୟ ହେବ । ଏଥି ସହ ଅଯଥା ବୟାନବାଜି ଠାରୁ ଦୂରରେ ରହିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ବିଶ୍ବାସର ଡୋର ଯେତେବେଳେ ମଜ୍ବୁତ୍ ହୁଏ ସେତେବେଳେ ସରକାର ସପକ୍ଷରେ ଲହର ଚାଲେ । ନୂଆ ଭାରତର ସଂକଳ୍ପକୁ ଏକ ନୂଆ ଜୋସ୍ ସହିତ ଆଗକୁ ବଢ଼ାଇବାକୁ ମୋଦି ଆହ୍ବାନ ଦେଇଛନ୍ତି ।

   Related Posts