Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ନାମିତ ହେଲା ମୋଟେରା ଷ୍ଟାଡିୟମ: ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

24/02/2021 at 1:17 PM

ଅହମଦାବାଦ ୨୪/୦୨ : ଅହମଦାବାଦରେ ପ୍ରସ୍ତୁତ ହୋଇଥିବା ଦୁନିଆର ସବୁଠାରୁ ବଡ ଷ୍ଟାଡିୟମ ମୋଟେରା ଷ୍ଟାଡିୟମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଛନ୍ତି। ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କ୍ରୀଡା ମନ୍ତ୍ରୀ କେତନ ରିଜିଜୁ ଏବଂ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ ଉପସ୍ଥିତ ଥିଲେ। ନୂଆ ସୁବିଧା ଓ ସାଜସଜ୍ଜା ସହ ଆରମ୍ଭ ହୋଇଥିବା ଏହି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ। ଖାସ କଥା ହେଲା, ଏହି ନୂଆ ଷ୍ଟାଡିୟମର ନାଁ ବଦଳାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ ହୋଇଛି।

ଦୁଇ ଦିନିଆ ଗସ୍ତରେ ଗୁଜରାଟ ଯାଇଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତ୍ନୀଙ୍କ ସହ ସଦର ବଲ୍ଲଭ ଭାଇ ପଟେଲ ସ୍ପୋର୍ଟ୍ସ ଏନକ୍ଳେଭର ଭୂମିପୂଜନ କରିଛନ୍ତି। ଗତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦି ଓ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମୋଟେରାରେ ଏକ ସଂଯୁକ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଫେବୃଆରୀ ୨୪ ତାରିଖରେ ଅହମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ। ଏହା ଡେ-ନାଇଟ ଟେଷ୍ଟ ମ୍ୟାଚ। ନୂଆ ଷ୍ଟାଡିୟମ ହେବା ପରେ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଭାରତ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ମଧ୍ୟ ମୋଟେରା ଷ୍ଟାଡିୟମରେ ଖେଳାଯିବ।

ଏହାପରେ ଦୁଇ ଟିମ ମଧ୍ୟରେ ୫ଟି ଏକଦିବସୀୟ ମ୍ୟାଚ ହେବ। ମୋଟେରା ଷ୍ଟାଡିୟମକୁ ସରଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ଭାବେ ମଧ୍ୟ ଜଣାଶୁଣା। ଏହା ଦୁନିଆର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ। ଏହାର ଦର୍ଶକ କ୍ଷମତା ୧ ଲକ୍ଷ ୧୦ ହଜାର।

ଅହମଦାବାଦ ସ୍ଥିତ ଏହି ଷ୍ଟାଡିୟମ ୬୩ ଏକର ଜମିରେ ନିର୍ମିତ ହୋଇଛି। ଏହା ପୂର୍ବରୁ ମେଲବର୍ନ ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ଥିଲା ଯେଉଁଠାରେ ୯୦ ହଜାର ଦର୍ଶକ ବସି ପାରନ୍ତି। ରିପୋର୍ଟ ଅନୁଯାୟୀ, ଏହି ଷ୍ଟାଡିୟମ ନିର୍ମାଣ ପାଇଁ ଆନୁମାନିକ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଷ୍ଟାଡିୟମ ଲାର୍ସନ ଆଣ୍ଡ ଟର୍ବୋ କମ୍ପାନୀ ନିର୍ମାଣ କରିଛି।

   Related Posts