ଦାମୀ ଗାଡି କିଣିବେନି ରାଷ୍ଟ୍ରପତି, ବେତନ ଦାନ ସହ ଅନେକ ଖର୍ଚ୍ଚ ହ୍ରାସ ବାବଦରେ କଲେ ଘୋଷଣା

Published By : Prameya-News7 Bureau | May 14, 2020 IST

ନୂଆଦିଲ୍ଲୀ, ୧୪|୦୫ :  ରାଷ୍ଟ୍ରପତି ରାମନାଥ କୋବିନ୍ଦ କରୋନା ଭାଇରସ ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ନିଜ ଦରମାର ୩୦ ପ୍ରତିଶତ ହ୍ରାସ ସହ ଅନେକ ମହତ୍ତପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି । ଏଥିରେ ଦାମୀ ଗାଡି କ୍ରୟ ନ କରିବା ସହ କାର୍ଯ୍ୟକ୍ରମକୁ ସ୍ଥଗିତ ଓ ଅତିଥି ସଂଖ୍ୟା କମ ଆଦି ସାମିଲ ରହିଛି । ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ବିଜ୍ଞପ୍ତିରେ ଖର୍ଚ୍ଚ କମ ସହ ସାମାଜିକ ଦୂରତା ପାଳନ ପାଇଁ ଦେଶର ପ୍ରଥମ ନାଗରିକଙ୍କ ଘରୋଇ ଯାତ୍ରା ସହ ଅନ୍ୟ କାର୍ଯ୍ୟକ୍ରମକୁ ସୀମିତ ରଖାଯିବ ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଘରୋଇ ଓ ରାଜ୍ୟକୀୟ ଆୟୋଜନରେ ଅତିଥୀଙ୍କ ତାଲିକାକୁ କମ କରାଯିବ । ଏହାସହ ଦାମୀ ଗାଡି କ୍ରୟ ଉପରେ ମଧ୍ୟରେ ରୋକ ଲଗାଯାଇଛି ଯାହାର ମୂଲ୍ୟ ୧୦ କୋଟି ବା ଏହାଠୁ ଅଧିକ । ଆତ୍ମନିର୍ଭରଶୀଳ ଭାରତକୁ ନଜରରେ ରଖି ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।

wp:core-embed/twitter {"url":"https://twitter.com/rashtrapatibhvn/status/1260876723098275843","type":"rich","providerNameSlug":"twitter","className":""}
https://twitter.com/rashtrapatibhvn/status/1260876723098275843
/wp:core-embed/twitter

ରାଷ୍ଟ୍ରପତି ନିଜ ଦରମାର ୩୦ ପ୍ରତିଶତ ହ୍ରାସ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ବର୍ତ୍ତମାନ ରାଷ୍ଟ୍ରପତିଙ୍କୁ ମାସିକ ୫ ଲକ୍ଷ ଟଙ୍କାର ଦରମା ମିଳିଥାଏ । ଏହାସହ ରାଷ୍ଟ୍ରପତି ଭବନର ରକ୍ଷଣାବେକ୍ଷଣ କାର୍ଯ୍ୟକୁ ମଧ୍ୟ କମ କରାଯିବ । ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ଅର୍ଥନୈତିକ କାର୍ଯ୍ୟ ହାତକୁ ନିଆଯିବ ନାହିଁ । କେବଳ ପୂର୍ବରୁ ଜାରି କରାଯାଇଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ ।

wp:core-embed/twitter {"url":"https://twitter.com/rashtrapatibhvn/status/1260876980020363267","type":"rich","providerNameSlug":"twitter","className":""}
https://twitter.com/rashtrapatibhvn/status/1260876980020363267
/wp:core-embed/twitter

ଆହୁରି ମଧ୍ୟ କାର୍ଯ୍ୟାଳୟରେ ଉପଯୋଗ ହେଉଥିବା ସାମଗ୍ରୀକୁ କମ କରାଯିବ । ପେପର ବଦଳରେ ଇ-କାରବାରକୁ ଗୁରୁତ୍ୱ ଦିଆଯିବ । ସେହିପରି ଶକ୍ତି ବଞ୍ଚାଇବା ପାଇଁ ମଧ୍ୟ ପ୍ରୟାସ କରାଯିବ । ଏପରିକି ରାଷ୍ଟ୍ରପତି ଭବନରେ ଚଳିତ ଆର୍ଥିକ ବର୍ଷରେ ମୋଟ ୨୦ ପ୍ରତିଶତ ରାଶି ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।

wp:core-embed/twitter {"url":"https://twitter.com/rashtrapatibhvn/status/1260877448872247302","type":"rich","providerNameSlug":"twitter","className":""}
https://twitter.com/rashtrapatibhvn/status/1260877448872247302
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.