ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ ସେଣ୍ଟରର ପ୍ରତିଷ୍ଠା ଦିବସରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଦାନ କଲେ 'କଲର୍ସ ଆଓ୍ବାର୍ଡ'

Published By : Prameya-News7 Bureau | September 28, 2019 IST

ବ୍ରହ୍ମପୁର ୨୮।୯: ବ୍ରହ୍ମପୁରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ ସେଣ୍ଟର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି । ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉଲ୍ଲେଖନୀୟ ସେବା ପାଇଁ ଏହି ଆର୍ମି ଏୟାର ଡିଫେନ୍ସ ସେଣ୍ଟରକୁ ସମ୍ମାନଜନକ ‘କଲର୍ ଆୱାର୍ଡ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।

{"id":163590}

ଏହି କାର୍ଯ୍ୟକ୍ରମରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ, ଓଡ଼ିଶାର ରାଜ୍ୟପାଳ ଫ୍ରପେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଣ୍ଟ ଜେନେରାଲ ଅଶ୍ବିନୀ କୁମାର ଓ ଲେଫ୍ଟନାଣ୍ଟ ଜେନେରାଲ ଏ.ପି. ସିଂ ପ୍ରମୁଖ ଯୋଗ ଦେଇଥିଲେ ।

{"id":163591}

ଏଥିପାଇଁ ବ୍ରହ୍ମପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପଠାରୁ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ମୁଖ୍ୟ ଫାଟକ ୩ କି.ମି. ରାସ୍ତା ପୋଲିସ ଛାଉଣିରେ ପରିଣତ ହୋଇଛି। ୧୨ ପ୍ଲାଟୁନ ଫୋର୍ସ ଓ ଶହେ ପୋଲିସ ଅଧିକାରୀ ମୁତୟନ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.