ବିହାର ଗଣତନ୍ତ୍ରର ପୃଷ୍ଠଭୂମି, ଜନତାଙ୍କ ବଡ ଦାୟିତ୍ୱ ରହିଛି: ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published By : Prameya-News7 Bureau | October 21, 2021 IST

ପାଟନା ୨୧/୧୦ : ବିହାର ବିଧାନସଭାର ୧୦୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଆୟୋଜିତ ହୋଇଥିବା ଶତବାର୍ଷିକ ସମାରୋହରେ ମୁଖ୍ୟ ଅତିଥ ରୂପେ ରାଷ୍ଟ୍ରପତି ଏହାର ଉଦଘାଟନ କରିଛନ୍ତି। ଏହା ପୂର୍ବରୁ ବିହାର ବିଧାନସଭାକୁ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୫ ଫୁଟ ଉଚ୍ଚତାର ସ୍ମୃତିସ୍ତମ୍ଭ ବିଧାନସଭା ପରିସରରେ ଶିଳାନ୍ୟାସ କରିବା ସହ ଏକ ବୋଧି ଗଛ ଚାରା ଲଗାଇଛନ୍ତି।

ରାଷ୍ଟ୍ରପତିଙ୍କ ସମ୍ମାନରେ ଆଜି ବିଧାନସଭା ଅଧ୍ୟକ୍ଷଙ୍କ ସରକାରୀ ବାସଭବନରେ ରାତ୍ରି ଭୋଜନର ଆୟୋଜନ କରାଯାଇଛି। ଏହା ପରେ ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନାଙ୍କ ସହିତ ଅନ୍ୟ ପ୍ରମୁଖ କଳାକାରମାନେ ସଙ୍ଗୀତ ପ୍ରସ୍ତୁତି ମହାମହିମ ରାଷ୍ଟ୍ରପତିଙ୍କ ଆଗରେ ପରିବେଷଣ କରିବେ।

ଏହି ଶତବାର୍ଷିକ ସମାରୋହରେ ବିଧାନସଭା ଅଧ୍ୟକ୍ଷ ବିଜୟ ଚୌଧୁରି ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କର ଭବ୍ୟ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନସଭାର ଗୌରବମୟ ଇତିହାସ ବଖାଣି ଏହା ବିହାର୍ ଲୋକତନ୍ତ୍ରକୁ ମଜବୁତ କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି ମତବ୍ୟକ୍ତ କରିଛନ୍ତି।

ସେ ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରି କହିଛନ୍ତି ''ଆମର ସୌଭାଗ୍ୟ ଯେ ରାଷ୍ଟ୍ରପତି ଆମ ବିହାରରେ ଦୁଇ ବର୍ଷ ରାଜ୍ୟପାଳ ଥିଲେ। ଆମେ ତାଙ୍କୁ ପୁରା ବିହାର ବାସିନ୍ଦା ବୋଲି ବିଶ୍ୱାସ କରୁ। ବିହାର ଜନତା ତାଙ୍କୁ ରାଷ୍ଟ୍ରପତି ଭାବେ ଦେଖି ନିଜକୁ ଗର୍ବିତ ଅନୁଭବ କରୁଛନ୍ତି।"

wp:embed {"url":"https://twitter.com/IPRD_Bihar/status/1451047722325209088?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1451047722325209088%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.livehindustan.com%2Fbihar%2Fstory-bihar-vidhan-sabha-live-updates-shatabdi-samaroh-president-ramnath-kovind-cm-nitish-kumar-4880306.html","type":"rich","providerNameSlug":"twitter","responsive":true}
https://twitter.com/IPRD_Bihar/status/1451047722325209088?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1451047722325209088%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.livehindustan.com%2Fbihar%2Fstory-bihar-vidhan-sabha-live-updates-shatabdi-samaroh-president-ramnath-kovind-cm-nitish-kumar-4880306.html
/wp:embed


ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି, ବିହାର ଗଣତନ୍ତ୍ରର ରାଜ୍ୟ। ଏଠାରେ ବୈଶାଳୀରେ ଗଣତନ୍ତ୍ର ସୃଷ୍ଟି ହୋଇଛି। ଏହି ମାଟିରେ ନାଳନ୍ଦା, ବିକ୍ରମଶୀଳା ଭଳି ଶିକ୍ଷାନୁଷ୍ଠାନ ଥିଲା। ଏଠାରେ ଆର୍ଯ୍ୟଭଟ୍ଟ ଓ ଚାଣକ୍ୟ ମଧ୍ୟ ଥିଲେ ।ଏହି ପରମ୍ପରାକୁ ଆଗକୁ ବଢାଇବା ଦାୟିତ୍ୱ ବର୍ତ୍ତମାନ ବିହାର ବାସିନ୍ଦାଙ୍କର।


ଆଗକୁ ସେ କହିଛନ୍ତି ଯେ ବିହାର ଆସିଲେ ଭଲ ଲାଗେ। ବିହାର ସହ ଏକ ଅଲଗା ସମ୍ପର୍କ ଅଛି। ଏଠାକୁ ଆସିଲେ ଘର ଭଳି ଅନୁଭୂତ ହୁଏ। ବିହାର ସର୍ବଦା ଇତିହାସ ରଚି ଆସିଛି। ଆଜି ମଧ୍ୟ ଇତିହାସ ରଚିଛି। ଆଜି ଦେଶ ମଧ୍ୟ ୧୦୦ କୋଟି ଟିକାକରଣ କରି ଇତିହାସ ରଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.