Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

20/06/2019 at 11:36 AM

ନୂଆଦିଲ୍ଲୀ ୨୦|୬: ସଂସଦର ମିଳିତ ଅଧବେଶନକୁ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଣ୍ଟ୍ରାଲ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ମିଳିତ ଅଧବେଶନକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ କିଛି ଏଜେଣ୍ଡା ଉପରେ ଫୋକସ କରିଛନ୍ତି ରାଷ୍ଟ୍ରପତି । ପ୍ରଥମେ ନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି । ଏହା ସହ ନିର୍ବାଚନରେ ସାମିଲ ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇ ନିଜ ଅଭିଭାଷଣ ଆରମ୍ଭ କରିଥିଲେ।

ରାଷ୍ଟ୍ରପତି କହିଛନ୍ତି ଯେ, ଗତ ଥର ତୁଳନାରେ ଏଥର ଅଧିକ ମହିଳା ଭୋଟ ଦେଇଛନ୍ତି। ସର୍ବାଧିକ ୭୮ ଜଣ ମହିଳା ସାଂସଦ ଭାବେ ସଂସଦକୁ ନିର୍ବାଚିତ ହୋଇଛନ୍ତି, ଯାହା ଏକ ଇତିହାସ ସୃଷ୍ଟି କରିଛି। ଏବେ ସବ୍ କା ସାଥ, ସବ୍ କା ବିକାଶ ମନ୍ତ୍ରରେ ସରକାର ଆଗକୁ ବଢୁଛି। ବିନା ଭେଦଭାବରେ ବିକାଶ ପଥରେ ସରକାର ଅଗ୍ରସର ହେଉଛି। ସୁଦୃଢ଼ ରାଷ୍ଟ୍ର ନିର୍ମାଣ ଦିଗରେ ସରକାର ସଙ୍କଳ୍ପବଦ୍ଧ। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ଆମର ଲକ୍ଷ୍ୟ ।

ଚାଷୀ, ଛୋଟ ଦୋକାନୀଙ୍କ ପାଇଁ ପେନସନ ଯୋଜନା କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଚାଷୀଙ୍କୁ ସହାୟତା ମିଳୁଛି। ସୈନିକଙ୍କ ପିଲାଙ୍କ ପାଇଁ ସ୍କଲାରଶିପ୍  ବ୍ୟବସ୍ଥା ହୋଇଛି। ଆୟୁଷ୍ମାନ ଭାରତ ବିଶ୍ବର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା । ଦେଶର ୫୦ କୋଟି ଲୋକଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି । ଜିଏସଟି ଲାଗୁ ହେବା ପରେ ‘ଏକ ଦେଶ, ଏକ ଟିକସ, ଏକ ବଜାର’ ନୀତି ବାସ୍ତବ ରୂପ ନେଇଛି। ଖୁବଶୀଘ୍ର ଶିଳ୍ପନୀତି ଘୋଷଣା କରାଯିବ ଏବଂ ଜିଏସଟି ସରଳୀକରଣ ପାଇଁ ଉଦ୍ୟମ ଚାଲୁ ରହିବ।

୨୦୨୪ ସୁଦ୍ଧା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିୟନ୍  ଡଲାର୍  କରିବା ସରକାର ଲକ୍ଷ୍ୟ ରଖିଛନ୍ତି। ଭାରତୀୟ ବୈଜ୍ଞାନିକମାନେ ଚନ୍ଦ୍ରାୟନ-୨ ପାଇଁ ପ୍ରସ୍ତୁତି କରୁଛନ୍ତି। ନୂତନ ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ସୁରକ୍ଷିତ ଦେଶ ଗଠନ। ଆତଙ୍କବାଦ ମାମଲାରେ ସମଗ୍ର ବିଶ୍ୱ ଭାରତ ସମପକ୍ଷରେ ଠିଆ ହୋଇଛି। ଏହାର ପ୍ରମାଣ ହେଉଛି ମାସୁଦ ଆଝରକୁ ଜାତିସଂଘ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ।

   Related Posts