ସୁଧୁରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା, ବାଇପାସ୍ ସର୍ଜରୀ ପରେ ICUରୁ ସ୍ବତନ୍ତ୍ର କ୍ୟାବିନ୍କୁ ହେଲେ ସ୍ଥାନାନ୍ତର
3/04/2021 at 3:06 PM

ନୂଆଦିଲ୍ଲୀ ୦୩/୦୪ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାସ୍ଥାବସ୍ଥାରେ ଦ୍ରୁତ ସୁଧାର ଆସୁଛି । ଶନିବାର ତାଙ୍କୁ ICUରୁ ଏମସ୍ର ଏକ ସ୍ବତନ୍ତ୍ର କ୍ୟାବିନ୍କୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।
ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ଯେ, ‘ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ଆଇସିୟୁରୁ ଏକ ସ୍ବତନ୍ତ୍ର କ୍ୟାବିନ୍କୁ ସିପ୍ଟ କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଲଗାତାର ଭାବେ ସୁଧୁରିବାରେ ଲାଗିଛି । ସ୍ବତନ୍ତ୍ର ଡାକ୍ତରୀ ଦଳ ଲଗାତାର ଭାବେ ରାଷ୍ଟ୍ରପତିଙ୍କ ଉପରେ ନଜର ରଖିଛନ୍ତି ।’
ସୂଚନାଯୋଗ୍ୟ, ମାର୍ଚ୍ଚ ୨୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟ ଯାଞ୍ଚ ପରେ ତାଙ୍କୁ ମାର୍ଚ୍ଚ ୨୭ ତାରିଖରେ ଏମସ୍ ସ୍ଥାନାନ୍ତର କରାଯାଇଥିଲା । ଏମସ୍ରେ ମାର୍ଚ୍ଚ ୩୦ ତାରିଖରେ ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ ସଫଳତାର ସହ ଶେଷ ହୋଇଥିଲା ।