Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ବିଶ୍ଵର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

23/02/2021 at 10:08 PM

ଅହମ୍ମଦାବାଦ ୨୩।୦୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଏଠାରେ ଦୁନିଆର ସବୁଠୁ ବଡ ମୋଟେରା କ୍ରିକେଟ୍ ଷ୍ଟାଡିୟମର ଆନୁଷ୍ଠାନିକ ଉଦ୍‌ଘାଟନ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ସ୍ପୋର୍ଟ୍ସ ଏନକ୍ଲେଭର ଭୂମି ପୂଜନ କରିବେ। ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଓ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥିତ ରହିବେ। ଏହି  ଷ୍ଟାଡିୟମରେ ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ୍‌ର ତୃତୀୟ ଟେଷ୍ଟ ଆରମ୍ଭ ହେବ ଯାହା ଦିବାରାତ୍ର ଖେଳାଯିବ। ସହରର ମୋଟେରା ସ୍ଥିତ ଏହି ସର୍ବ  ବୃହତ କ୍ରିକେଟ୍‌ ଷ୍ଟାଡିୟମ ୬୩ ଏକର ଜମି ଉପରେ ନିର୍ମିତ। ଷ୍ଟାଡିୟମରରେ ୧.୧୦ ଲକ୍ଷ ଦର୍ଶକ ବସିବାର କ୍ଷମତା ରହିଛି।

ଏ ପର୍ଯ୍ୟନ୍ତ ମେଲବର୍ଣ୍ଣର ଏମସିଜି ଦୁନିଆର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ ଥିଲା। ଏଠାରେ ଦର୍ଶକ ବସିବାର କ୍ଷମତା ୯୦ ହଜାର ରହିଥିଲା। ଗୁଜରାଟରେ ନିର୍ମିତ ଦୁନିଆର ସବୁଠୁ ବଡ ପ୍ରତୀମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପରେ ଏବେ ରାଜ୍ୟ କ୍ରିକେଟ୍‌ରେ ଦୁନିଆର ସବୁଠୁ  ବଡ ଷ୍ଟାଡିୟମ ରେକର୍ଡ ସ୍ଥାପନ କରିବାକୁ ଯାଉଛି। ପ୍ରାୟ ୮୦୦ କୋଟି ବଜେଟ୍‌ରେ ନିର୍ମିତ ଏହି ଷ୍ଟାଡିୟମର ନିର୍ମାଣ ଲାର୍ସନ ଆଣ୍ଡ ଟ୍ରୁବୋ(ଏଲ ଆଣ୍ଡ ଟି) କମ୍ପାନୀ ଦ୍ଵାରା ହୋଇଛି। ଏଲ ଆଣ୍ଡ ଟି  ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାଣ ମଧ୍ୟ କରିଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟରେ ୩ କର୍ପୋରେଟ୍ ବକ୍ସ, ଅଲିମ୍ପିକସ୍ତରୀୟ ସୁଇମିଂ ପୁଲ୍, ଇନଡୋର ଏକାଡେମୀ, ଚାରି ଡ୍ରେସିଂ ରୁମ, ଫୁଡ୍ କୋର୍ଟ ଓ ଜିସିଏ କ୍ଲବ ହାଉସ୍ ମଧ୍ୟ ସାମିଲ। ଷ୍ଟାଡିୟମରେ ଛଅ ଲାଲ ଏବଂ ପାଞ୍ଚଟି କଳା ମାଟିରେ ମୋଟ୍ ୧୧ଟି ପିଚ୍ ପ୍ରସ୍ତୁତ କରାଯାଇଛି। ମୁଖ୍ୟ ଏବଂ ଅଭ୍ୟାସ୍‌ ପିଚ୍ ପାଇଁ ଦୁଇ ମାଟିର ଉପଯୋଗ କରାଯିବାରେ ଏହା ବିଶ୍ଵର ପ୍ରଥମ ଷ୍ଟାଡିୟମ। ବର୍ଷା ସ୍ଥିତିରେ ପିଚ୍‌କୁ ମାତ୍ର ୩୦ ମିନିଟ୍‌ରେ ସୁଖାଯାଇ ପାରିବ। ଅତ୍ୟାଧୁନିକ ଏଲଇଡି ଫ୍ଲଡଲାଇଟ୍‌ରେ ବାତାବରଣ ଗରମ ହେବ ନାହିଁ ଏବଂ ଦର୍ଶକଙ୍କ ସହିତ କ୍ରିକେଟ୍‌ରଙ୍କୁ ମଧ୍ୟ ଆରାମ ମିଳିବ।

   Related Posts