ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ

Published By : Prameya-News7 Bureau | April 12, 2021 IST

ନୂଆଦିଲ୍ଲୀ ୧୨/୦୪ : ସଫଳ ବାଇପାସ୍ ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏମ୍ସରୁ ଡିସ୍‌ଚାର୍ଜ ହେବା ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ରାଷ୍ଟ୍ରପତି । ଟ୍ବିଟ୍‌ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ‘ସର୍ଜରୀ ଶେଷ ହେବାପରେ ରାଷ୍ଟ୍ରପତି ଭବନ ଫେରିଛି । ଚିକିତ୍ସା କରିଥିବା ଏମ୍ସ ଏବଂ ଆର୍ମି ଆର୍ ଆର୍‌ ହସ୍ପିଟାଲର ଡାକ୍ତରୀ ଟିମ, ନର୍ସ ଏବଂ ମଙ୍ଗଳକାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ । ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।’

wp:embed {"url":"https://twitter.com/rashtrapatibhvn/status/1381572145172545542","type":"rich","providerNameSlug":"twitter","responsive":true,"className":""}
https://twitter.com/rashtrapatibhvn/status/1381572145172545542
/wp:embed

ସୂଚନାଯୋଗ୍ୟ, ମାର୍ଚ୍ଚ ୨୬ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ଆର୍ମି ଆର୍‌ ଆର୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ମାର୍ଚ୍ଚ ୨୭ ତାରିଖରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ମାର୍ଚ୍ଚ ୩୦ ତାରିଖରେ ଏମ୍ସରେ ଓଡିଆ ଚିକିତ୍ସକ ଅକ୍ଷୟ କୁମାର ବିଶୋୟୀଙ୍କ ନେତୃତ୍ବରେ ରାଷ୍ଟ୍ରପତିଙ୍କ ବାଇପାସ ସର୍ଜରୀ ସଫଳତାର ସହ ଶେଷ ହୋଇଥିଲା । ଏପ୍ରିଲ ୧୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହସ୍ପିଟାଲରେ ଡିସ୍‌ଚାର୍ଜ ହୋଇଛନ୍ତି ।

Image
Image

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.