Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରପତି, ଜାଣନ୍ତୁ କହିଲେ କ’ଣ

14/08/2019 at 8:30 PM

ନୂଆଦିଲ୍ଲୀ ୧୪।୮: ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦେଶବାସୀଙ୍କୁସମ୍ବୋଧିତ କରିଛନ୍ତି। ୭୩ତମ ସ୍ୱାଧୀନତା ଦିସର ହାର୍ଦ୍ଦିକ ଅଭିନନ୍ଦନ ସବ ଅଭିଭାଷଣ ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ଯେଉଁଥିରେ ଜମ୍ମୁ ଓ କାଶ୍ମୀରକୁ ନେଇ ସରକାରଙ୍କ ନୂଆ ନିଷ୍ପତ୍ତିକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ଏହା ଦ୍ୱାରା ଜମ୍ମୁ-କଶ୍ମୀର ଓ ଲଦ୍ଦାଖ ବିଶେଷ ଲାଭାନ୍ୱୀତ ହେବେ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି।

ଗାନ୍ଧିଜୀଙ୍କ ଜୀବନାଦର୍ଶକୁ ଭାଷଣରେ ରାଷ୍ଟ୍ରପତି ଅବତାରଣ କରିବା  ସହ ଆଜି ମଧ୍ୟ ତାଙ୍କ ନୀତି ଓ ଆଦର୍ଶର ପ୍ରାସଙ୍ଗିକତା ଥିବା କହିଥିଲେ। ଏବେକ ପରିସ୍ଥିତିରେ ଆମେ ଯେଉଁ ସବୁ ଆହ୍ୱାନର ସମ୍ମୁଖୀନ ହେଉଛି ତାହା ଗାନ୍ଧିଜୀ ବହୁ ପୂର୍ବରୁ ଜାଣି ସାରିଥିଲେ। ଏଣୁ ସେ ବାସ୍ତବରେ କହିଥିଲେ ଯେ ଆମକୁ ବିବେକୀ ଭାବେ ପ୍ରକୃତି ଓ ସଂଶାଧନର ସଦୁପଯୋଗ କରିବା ଉଚିତ୍ । ଏହାଦ୍ୱାରା ବିକାଶ ହେବା ସହ ପ୍ରକୃତିର ସନ୍ତୁଳନ ମଧ୍ୟ ବଳବତ୍ତର ରହିବ।  ଗାନ୍ଧୀଜୀଙ୍କ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଆମ ଦେଶବାସୀଙ୍କ ଜୀବନ ଉତ୍ତମ ହେବାରେ ଲାଗିଛି । ସୌର ଶକ୍ତିର ସଦୁପଯୋଗ ବଢାଇବା ପାଇଁ ବିଶେଷ ଧ୍ୟାନ ଦେବାକୁ ମଧ୍ୟ ସେତେବେଳେ ଗାନ୍ଧୀଜୀ ଚିନ୍ତା କରିଥିଲେ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଷ୍ଟ୍ରପତି କହିଛନ୍ତି ଯେ ମୋତେ ଏଥିଲାଗି ଖୁସି ଲାଗୁଛି ଯେ ନିକଟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବାର  ନିଷ୍ପତ୍ତିକୁ ଉଭୟ ସଦନରେ ଅପୂର୍ବ ସମର୍ଥନ ମିଳିଥିଲା। ଆଜି ଆମର ଉଦ୍ଦେଶ୍ୟ ଦେଶରେ ବିକାଶକୁ ତୀବ୍ର କରିବା । ଶାସନ ବ୍ୟବସ୍ଥାକୁ କୁଶଳ ଓ ପାରଦର୍ଶୀ କରି ଲୋକଙ୍କ ଜୀବନ ଧାରା ଶୈଳୀକୁ ଅଧିକ ଉତ୍ତମ କରିବା । ରାଷ୍ଟ୍ରପତି କହିଛନ୍ତି ଯେ ସରକାର ଲୋକଙ୍କ ଆଶା-ଆକାଙକ୍ଷାକୁ ପୂରଣ କରିବା ପାଇଁ ସମସ୍ତ ସୁବିଧା ଓ ସାମର୍ଥ୍ୟ ଉପଲବ୍ଧ କରାଉଛନ୍ତି । ଏଭଳି ଅନୁକୁଳ ବାତାବରଣରେ ଆମ ଦେଶବାସୀ ଯେଉଁ ଉପଲବ୍ଧି ହାସଲ କରିପାରିବେ, ତାହା ଆମ କଳ୍ପନା ବାହାରେ । ସରକାରଙ୍କ ଚେଷ୍ଟାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଆମ ସମସ୍ତଙ୍କୁ ସକ୍ରିୟ ଏବଂ ସଚେତନ ହେବାକୁ ପଡିବ ବୋଲି କହିଛନ୍ତି ରାଷ୍ଟ୍ରପତି।

   Related Posts