Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଗଣତନ୍ତ୍ରକୁ ଚଳାନ୍ତି ଦେଶର ଜନତା- ରାଷ୍ଟ୍ରପତି ରାମନାଥ କୋବିନ୍ଦ

25/01/2020 at 7:56 PM

ନୂଆଦିଲ୍ଲୀ, ୨୫|୦୧:  ସାଧାରଣତନ୍ତ୍ର ଦିବସ ପୂର୍ବରୁ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଦେଲେ ଅଭିଭାଷଣ । ୭୧ ତମ ସାଧାରଣତନ୍ତ୍ର ଦିବସକୁ ପୂରା ଦେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ସେଥିଲାଗି ଦେଶର ରାଜଧାନୀ ଦିଲ୍ଲୀ ଚଳଚଞ୍ଚଳ।

ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ଯେ, ପ୍ରବାସୀ ଭାରତୀୟମାନେ ଦେଶର ପାଇଁ ଗର୍ବ ଆଣିଛନ୍ତି। ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ଦେଶର ସେନାବାହିନୀ, ଅର୍ଦ୍ଧ ସୈନିକ ବଳ ସମେତ ପୋଲିସମାନଙ୍କୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଦେଶର ଏକତା ଓ ଅଖଣ୍ଡତା ପାଇଁ ସେମାନଙ୍କ ବଳିଦାନ ଅନେକ ରହିଛି। ଦେଶର ଆନ୍ତରିକ ସୁରକ୍ଷା ମଜବୁତ ହେବା ଆବଶ୍ୟକ। 

ଭାରତୀୟ ଖେଳାଳୀଙ୍କ ସହ ଦେଶବାସୀଙ୍କ ଶୁଭକାମନା, ଶୁଭେଚ୍ଛା ଓ ସମର୍ଥନ ରହିଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି। ମହାକାଶ କ୍ଷେତ୍ରରେ ଭାରତ ଅନେକ ସଫଳତା ଅର୍ଜନ କରିଛି। ଏହା  ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଆମ ଦେଶ ବେଶ ଅଗ୍ରଗତି କରିଛି। ଯେମିତି କି ଶିକ୍ଷାରୁ କେହି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ।

ରାଷ୍ଟ୍ରପତି ଦେଶବାସୀଙ୍କ ଉଦେଶ୍ୟରେ ଆହୁର ମଧ୍ୟ କହିଛନ୍ତି । ଦେଶର ବିକାଶ ନିମନ୍ତେ ସବୁବେଳେ ଚେଷ୍ଟା ଜାରି ରହିଛି। ଯେଉଁଥିରେ କି ଜମ୍ମୁ-କାଶ୍ମୀର, ଲଦାଖ, ପୂର୍ବାଞ୍ଚଳ ଓ ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପ ରହିଛି। ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ ଜନ ଆନ୍ଦୋଳନର ରୂପ ଧାରଣ କରିଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮ଲକ୍ଷ ହିତାଧିକାରୀ ଲାଭବାନ ହୋଇଛନ୍ତି। ଗଣତନ୍ତ୍ରକୁ ଚଳାନ୍ତି ଦେଶର ଜନତା ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।

   Related Posts