ଭାଙ୍ଗିବ ଦୀର୍ଘ ବର୍ଷର ପରମ୍ପରା, ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ଦଶହରା ପ୍ଲାନ୍‌

Published By : Prameya-News7 Bureau | October 13, 2021 IST

ନୂଆଦିଲ୍ଲୀ ୧୩/୧୦: ବର୍ଷ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭାଙ୍ଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତବର୍ଷ ଲଦାଖର ଦ୍ରାସ ଅଞ୍ଚଳରେ ଯବାନଙ୍କ ସହ ଦଶହରା ମନାଇବେ। ପରମ୍ପରା ଅନୁସାରେ ରାଷ୍ଟ୍ରପତି ଦେଶର ରାଜଧାନୀରେ ଦଶହରା ସମାରୋହରେ ଯୋଗ ଦେଇଆସିଛନ୍ତି । କିନ୍ତୁ ଏଥର  ସେମିତି ହେବ ନାହିଁ । ଶୁକ୍ରବାର ଦେଶରେ ଦଶହରା ପାଳନ କରାଯିବ। ରାଷ୍ଟ୍ରପତି ଭବନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲଦାଖ ଏବଂ ଜାମ୍ମୁ କାଶ୍ମୀରକୁ ଦୁଇ ଦିନିଆ ଗସ୍ତରେ ଯିବେ।

wp:html /wp:html

ରାଷ୍ଟ୍ରପତି ଅକ୍ଟୋବର ୧୪ ଏବଂ ୧୫ରେ ଲଦାଖ ଏବଂ ଜାମ୍ମୁକାଶ୍ମୀର ଯାତ୍ରା କରିବେ। ଏହି ସମୟରେ ସେ ଅକ୍ଟୋବର ୧୪ରେ ଲେହର ସିନ୍ଧୁ ଘାଟରେ ସିନ୍ଧୁ ଦର୍ଶନ ପୂଜା କରିବେ। ଏହି ଦିନ ସନ୍ଧ୍ୟାରେ ସେ ଉଧମପୁରରେ ସୈନିକମାନଙ୍କ ସହ ଆଲୋଚନା କରିବେ।  ଏହା ପରେ ଅକ୍ଟୋବର ୧୫ରେ ଦଶହରା ଅବସରରେ ରାଷ୍ଟ୍ରପତି ଦ୍ରାସରେ କାରଗିଲ ଯୁଦ୍ଧ ସ୍ମାରକରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ସମୟରେ ସେ ଯବାନଙ୍କ ସହ ଆଲୋଚନା ବି କରିବେ।

ଏମିତି ମଧ୍ୟ କୁହାଯାଉଛି ଯେ, ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଗତିବିଧି ବଢ଼ିଥିବା ବେଳେ ରାଷ୍ଟ୍ରପତି ସେଠାକୁ ଯାତ୍ରା କରୁଛନ୍ତି। ଅନ୍ୟପଟେ ପୂର୍ବ ଲଦାଖରେ ଏଲଏସିରେ ଚୀନ ସହ ତିକ୍ତତା ଲାଗି ରହିଛି। ଏହି ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ମଧ୍ୟ କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.