ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପରେଡ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି

Published By : Prameya-News7 Bureau | January 26, 2020 IST

ନୂଆଦିଲ୍ଲୀ ୨୬।୧: ଆଜି ୭୧ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପୂରା ଜୋସ୍‌ରେ ସାରା ଦେଶ । ଦିଲ୍ଲୀରୁ ପଲ୍ଳୀ, ସବୁଠି ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ସବୁଠି ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା । 

{"id":216109,"sizeSlug":"large"}

ଦିଲ୍ଲୀ ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିଛନ୍ତି । ଜାତୀୟ ସଙ୍ଗୀତ ଗାନ ସହ ୨୧ଟି ତୋପ ସଲାମୀ ଦିଆଯାଇଥିଲା । ପରେ ପରେ ଆକାଶରୁ ଏମ୍‌ଆଇ-୧୭ ଭି-୫ ହେଲିକପ୍ଟର ରାଜପଥରେ ପୁଷ୍ପ ବିଛାଇଥିଲେ । ‘ସିଆର୍‌ପିଏଫ୍‌’ର ବାଇକ୍‌ ଆରୋହୀ ମହିଳା ଟିମ୍‌ ପ୍ରଥମ ଥର ଲାଗି ରାଜପଥରେ ଡେୟାର୍‌ ଡେଭିଲ୍‌ ଷ୍ଟଣ୍ଟ୍‌ ପ୍ରଦର୍ଶନ କରିଥିଲେ । ଏହାପରେ ସମ୍ମିଳିତ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ଦେଶର ସାଂସ୍କୃତିକ ବିବିଧତା ମଧ୍ୟରେ ଏକତା, ଅଖଣ୍ଡତାର ଏଥିରେ ପ୍ରଦର୍ଶିତ ହୋଇଛି । ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେଉଛି ।  ରାଇସିନା ହିଲରୁ ଆରମ୍ଭ ହୋଇ ରାଜପଥ, ଇଣ୍ଡିଆଗେଟ୍ ଦେଇ ଲାଲ୍‌କିଲ୍ଲାରେ ପରେଡ ଶେଷ ହେବ । ଦୁଇ ବର୍ଷ ପରେ ଏଥର ଦିଲ୍ଲୀ ରାଜପଥରେ ଝଟକିଛି ଓଡିଶାର ପ୍ରଜ୍ଞାପନ ମେଢ।

{"id":216110,"sizeSlug":"large"}

ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜୈର୍ ବୋଲ୍ ସୋନାରୋ । ରାଷ୍ଟ୍ରପତି ଜାଇର୍‌ ବୋଲ୍‌ଜୋନାରୋଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚିବା ପରେ ତିନି ପ୍ରତିରକ୍ଷା ବଳ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । ଉତ୍ସବର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଉପସ୍ଥିତ ଅଛନ୍ତି ।

{"id":216065,"sizeSlug":"large"}

ଦିଲ୍ଲୀରୁ ଜମ୍ମୁ-କାଶ୍ମୀର, ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୪ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି ଜାତୀୟ ରାଜଧାନୀ । ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ, ଅନେକ ସ୍ଥାନରେ ହାଇଆଲର୍ଟ ଜାରି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.