ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Published By : Prameya-News7 Bureau | June 20, 2019 IST

ନୂଆଦିଲ୍ଲୀ ୨୦|୬: ଆଜି ସଂସଦର ମିଳିତ ଅଧବେଶନକୁ ଉଦବୋଧନ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୧୧ଟା ସମୟରେ ସେଣ୍ଟ୍ରାଲ ହଲରେ ଉଦବୋଧନ ଦେବେ । ପରମ୍ପରା ଅନୁଯାୟୀ ରାଷ୍ଟ୍ରପତି ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଉଦବୋଧନ କରିବେ । ରାଷ୍ଟ୍ରପତି ନିଜ ଉଦବୋଧନରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ କିଛି ଏଜେଣ୍ଡା ରଖିବେ ।

ଆଶା କରାଯାଉଛି କି ଉଦବୋଧନ ବେଳେ ରାଷ୍ଟ୍ରପତି ନରେନ୍ଦ୍ର ମୋଦିଙ୍କ ସରକାର ୨୦୨୨ ପର୍ଯ୍ୟନ୍ତ ନୂଆ ଭାରତ ଗଠନ କରିବା ପାଇଁ କରିଥିବା ଯୋଜନାକୁ ଉପସ୍ଥାପିତ କରିବେ । ଯେଉଁଥିରେକି କୃଷି, ବାଣିଜ୍ୟ, ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ଭଳି ପ୍ରସଙ୍ଗକୁ ସାମିଲ କରାଯିବ । ରାଷ୍ଟ୍ରପତିଙ୍କ ଉଦବୋଧନ ଶେଷ ହେବାର ଅଧା ଘଣ୍ଟା ପରେ ଲୋକସଭା ଏବଂ ରାଜ୍ୟସଭା ବସିବ ।  ଏହା ପରେ ଅଭିଭାଷଣ ରଖିବା ପରେ ଉଭୟ ଗୃହକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.