Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ସଂସଦରେ CAAକୁ ପ୍ରଶଂସା କଲେ ରାଷ୍ଟ୍ରପତି, ବାଜିଲା ତାଳି ତାପରେ ନାରାବାଜିରେ ଗୃହ କମ୍ପାଇଲେ ବିରୋଧୀ

31/01/2020 at 12:57 PM

ନୂଆଦିଲ୍ଲୀ ୩୧।୧: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍‌ ଅଧିବେଶ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ଆଜି ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି। ଆସନ୍ତାକାଲି ବଜେଟ୍ ଆଗତ କରାଯିବାକୁ ଥିବାବେଳେ ଆଜି ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି ।

ସଂସଦରେ ସିଏଏର ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତି । ଏହି ଆଇନରେ ସଂଶୋଧନ ସହିତ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସ୍ବପ୍ନ ପୂରଣ ହେବ ବୋଲି କହିଛନ୍ତି । ରାଷ୍ଟ୍ରପତି ସିଏଏକୁ ସମର୍ଥନ କରିଥିବାରୁ ସଂସଦରେ ବିଜେପି ସାଂସଦମାନେ ତାଳି ମାରିଥିବା ବେଳେ ବିରୋଧୀ ଦଳ ପକ୍ଷରୁ ହଙ୍ଗାମା ଓ ନାରାବାଜି କରାଯାଇଥିଲା ।

ରାଷ୍ଟ୍ରପତି କହିଥିଲେ ନ୍ୟୁ ଇଣ୍ଡିଆ ଗଠନ ପାଇଁ ମୋଦି ସରକାରଙ୍କ ଦୃଢ ଲକ୍ଷ୍ୟ ରହିଛି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଐତିହାସିକ ନିଷ୍ପତ୍ତି । ସମଗ୍ର ଦେଶବାସୀଙ୍କ ପରି ଜମ୍ମୁକାଶ୍ମୀର ଓ ଲଦାଖବାସୀଙ୍କୁ ସମାନତା ଅଧିକାର ମିଳିଛି ।

ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚରକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି। ‘ସବକା ସାଥ, ସବକା ବିକାଶ, ସବକା ବିଶ୍ବାସରେ ମୋ ସରକାର ଚାଲୁଛି’ ବୋଲି ରାଷ୍ଟ୍ରପତି କହିଛନ୍ତି । ମୋ ସରକାର ପାଇଁ ମୁସଲିମ ମହିଳାଙ୍କୁ ନ୍ୟାୟ ମିଳିଛି । ଉପଭୋକ୍ତା ଆଇନ, ଚିଟଫଣ୍ଡ ଆଇନ ପ୍ରଣୟନ ହୋଇଛି ।

ସରକାରଙ୍କ ପକ୍ଷରୁ ଡିଜିଟାଲ ବ୍ୟବସ୍ଥାକୁ ବିକଶିତ କରାଯାଉଛି । ଦେଶର ୧୨୧ କୋଟି ଲୋକଙ୍କ ପାଖରେ ଆଧାର କାର୍ଡ, ଭୀମ୍ ଆପ୍ ଭଳି ସୁବିଧା ରହିଛି। ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସରକାର ସେନାକୁ ସବୁ ଅଧିକାର ଦେଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୧ ତାରିଖ ଯାଏଁ ଚାଲିବ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆସନ୍ତାକାଲି ବଜେଟ୍ ଆଗତ କରାଯିବ।

   Related Posts