ଫାଶୀର ନିକଟତର ହେଲା ନିର୍ଭୟା ଦୋଷୀ ବିନୟ, ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଫଳରେ ଦୋଷୀ ବିନ ମଧ୍ୟ ଫାଶୀର ନିକଟତର ହୋଇଛି । ବିନୟର କ୍ୟୁରେଟିଭ ପିଟିସନ ପୂର୍ବରୁ ଖାରଜ ହୋଇସାରିଛି । ଏହି ମାମଲାରେ ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ଖାରଜ କରିଦେଇଥିଲେ ।

ଦୋଷୀ ବିନୟ ବୁଧବାର ଦିନ ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିଲା । ଏ ନେଇ ବିନୟଙ୍କ ଓକିଲ ଏ.ପି. ସିଂହ ସୂଚନା ଦେଇଥିଲେ । ତେବେ ଦୋଷୀମାନଙ୍କୁ କେବେ ଫାଶୀ ଦିଆଯିବ ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । ଫାଶୀର ନୂଆ ତାରିଖ ଘୋଷଣା ହୋଇନାହିଁ ।

ସୂଚନାଯୋଗ୍ୟ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ୪ ଦୋଷୀ ବିନୟ କୁମାର ଶର୍ମା, ପବନ କୁମାର ଗୁପ୍ତା, ମୁକେଶ ସିଂହ ଏବଂ ଅକ୍ଷୟ ସିଂହ ଠାକୁରଙ୍କୁ ନିମ୍ନ ଅଦାଲତ ପରେ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମଧ୍ୟ ଫାଶୀଦଣ୍ଡ ଶୁଣାଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.