Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମେହମାନ୍‌ ମହାମହିମ: ପରୌଙ୍ଖରେ ପହଞ୍ଚିବା ମାତ୍ରେ ଭାବୁକ ହୋଇପଡ଼ିଲେ ରାଷ୍ଟ୍ରପତି, ମୁଣ୍ଡ ନୁଆଁଇ ମାଟିକୁ ଚୁମିଲେ

27/06/2021 at 4:53 PM

ଲକ୍ଷ୍ନୌ ୨୭/୬: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ କାନପୁର ଗସ୍ତରେ ଅଛନ୍ତି। ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ ରାଷ୍ଟ୍ରପତି ରବିବାର ସକାଳେ ନିଜ ପୈତୃକ ଗାଁ ପରୌଙ୍ଖରେ ପହଞ୍ଚିଥିଲେ। ହେଲିକପ୍ଟରରୁ ଓହ୍ଲାଇବା ମାତ୍ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜନ୍ମଭୂମିକୁ ପ୍ରଣାମ କରିଥିଲେ। ଏହାର ମାଟି ନେଇ ମୁଣ୍ଡରେ ଲଗାଇଥି​‌ଲେ। ରାଷ୍ଟ୍ରପତି ପ୍ରଥମେ ପଥରୀ ଦେବୀ ମନ୍ଦିରରେ ପହଞ୍ଚିଥିଲେ। ତାଙ୍କ ସହ ପତ୍ନୀ ସବିତା କୋବିନ୍ଦ ଏବଂ ଝିଅ ଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ତାଙ୍କ ସହ ମନ୍ଦିର ଯାଇଥିଲେ। ପାଖାପାଖି ୧୫ ମିନିଟ୍‌ ଧରି ରାଷ୍ଟ୍ରପତିଙ୍କ ସହ ପରିବାର ପୂଜାର୍ଚ୍ଚନାରେ ବ୍ୟସ୍ତ ଥିଲେ। ଦେବୀଙ୍କ ଚରଣରେ ରାଷ୍ଟ୍ରପତି ୧୧ ହଜାର ଟଙ୍କା ଅର୍ପଣ କରିଥିଲେ। ମନ୍ଦିରରେ ଦର୍ଶନ ସାରି ରାଷ୍ଟ୍ରପତି ଆମ୍ବେଦକର ପାର୍କରେ ଡକ୍ଟର ଭୀମରାଓ ଆମେନ୍ଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପରୌଙ୍ଖରେ ଜନସଭାରେ ରାଷ୍ଟ୍ରପତି ସମ୍ବୋଧନ କହିଥଲେ, ମୁଁ ଆସିଛି ବୋଲି ଆପଣମାନେ ଯେତିକି ଖୁସୀ ତାଠୁ ଅଧିକ ଖୁସୀ ମୋତେ ଲାଗୁଛି। ଏଥର ଆସିବାକୁ ଯେତେିକି ବିଳମ୍ବ ହୋଇଛି ଚେଷ୍ଟା କରିବା ଆଗାମୀ ଥର ଶୀଘ୍ର ଆସିବି। ରାଷ୍ଟ୍ରପତି ଆହୁରି କହିଥିଲେ, ମୁଁ ଆପଣଙ୍କ ଭଳି ଜଣେ ସାଧାରଣ ନାଗରିକ। ବାସ ସମ୍ବିଧାନ ମୋତେ ପ୍ରଥମ ନାଗରିକର ମାନ୍ୟତା ଦେଇଛି। ସ୍ବପ୍ନରେ ସୁଦ୍ଧା ଭାବିନଥିଲି ରାଷ୍ଟ୍ରପତି ହୋଇ ସେବା କରିବି। ଉତ୍ତରପ୍ରଦେଶର ତ ବହୁତ ପ୍ରଧାନମନ୍ତ୍ରୀ ଦେଇଛି କିନ୍ତୁ ରାଷ୍ଟ୍ରପତି ପ୍ରଥମ। ଏବେ ଉତ୍ତରପ୍ରଦେଶ ଲୋକଙ୍କ ପାଇଁ ରାଷ୍ଟ୍ରପତି ହେବାର ରାସ୍ତା ଖୋଲା ହୋଇଗଲା।

ଗାଁରେ ପକ୍କା ଘର ତିଆରି ହେଲା। ରୋହନିଆ ବଜାର ଦେଖି ଭଲ ଲାଗିଲା। ରାଷ୍ଟ୍ରପତି କହିଲେ, ମୋ ସହପାଠୀ ଜସଓ୍ବନ୍ତ ସିଂହ, ଚନ୍ଦ୍ରଭାନ ସିଂହ, ଦାଶରଥ ସିଂହ ବହୁତ ମନେ ପଡ଼ୁଛନ୍ତି। ଏହା ସହ ସେ କହିଛନ୍ତି, କରୋନା କାଳରେ ଫିଟନେସ୍‌ ଏବଂ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚେଷ୍ଟା ଚାଲିଛି। ନିଜେ ଟିକା ଲଗାନ୍ତୁ ଏବଂ ଅନ୍ୟକୁ ପ୍ରେରଣା ଦିଅନ୍ତୁ। ରାଷ୍ଟ୍ରପତି ଭବନ ଦେଖିବା ଲାଗି ଗାଁ ଲୋକଙ୍କ ପାଇଁ ବ୍ୟବସ୍ଥା ମୁଁ କରିବି। ଆପଣମାନେ ଆସନ୍ତୁ ଆଉ ଦେଖନ୍ତୁ। ସମ୍ବୋଧନ ପରେ ରାଷ୍ଟ୍ରପତି ପୁଖରାୟାରେ ପହଞ୍ଚିଥିଲେ।  

   Related Posts