ଭୂମିତଳେ୨ ଶହ ବର୍ଷର ଇତିହାସ ବଖାଣୁଛି ସଂଗ୍ରହାଳୟ, ଉଦଘାଟନ କଲେ ରାଷ୍ଟ୍ରପତି

Published By : Prameya-News7 Bureau | August 21, 2019 IST

ମୁମ୍ବାଇ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁମ୍ବାଇ ରାଜଭବନ ପରିସରରେ ଥିବା ବଙ୍କର ମ୍ୟୁଜିୟମକୁ ଉଦଘାଟନ କରିଛନ୍ତି। ୧୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ଥିବା ଏହି ସଂଗ୍ରହାଳୟଟି ଦେଶର ୨ଶହ ବର୍ଷର ଇତିହାସକୁ ପ୍ରଦର୍ଶିତ କରୁଛି। ପୂର୍ବରୁ ଲୋକେ ଏହାକୁ ବ୍ରିଟିଶ କଲୋନୀ ବଙ୍କର ବୋଲି କହୁଥିଲେ। ହେଲେ ୧୮୦୨ ମସିହାରେ ଏହି ଅଞ୍ଚଳକୁ ମିସାଇ ଇଂରେଜ ଗଭର୍ଣ୍ଣର ହାଉସ୍ ନିର୍ମାଣ କରିବା ପରଠାରୁ ଏହା ଲୋକଲୋଚନରୁ ବିସ୍ମୃତ ହୋଇଯାଇଥିଲା।

{"id":147036}

ରାଷ୍ଟ୍ରପତିଙ୍କ କର କମଳରେ ଉନ୍ମୋଚିତ ଏହି ସଂଗ୍ରହାଳୟକୁ ଚଳିତବର୍ଷ ଶେଷ ଆଡକୁ ସର୍ବସାଧାରଣଙ୍କ ଲାଗି ଉନ୍ମୁକ୍ତ ହେବ। ଏହି ବଙ୍କର ସଂଗ୍ରହାଳୟ ପରିଦର୍ଶନ କରିବା ଲାଗି ଲୋକେ ଅନ-ଲାଇନରେ ବି ବୁକିଂ କରିପାରିବେ। ରାଜଭବନ ଅଧିକାରୀଙ୍କ ଅନୁସାରେ ବ୍ରିଟିଶ ଶାସକ ଏଠାରେ ଉନବିଂଶ ଶତାବ୍ଦୀରେ ଏହି ବଙ୍କରକୁ ସମୁଦ୍ରରେ ଶତ୍ରୁ ସୈନ୍ୟଙ୍କ ଜାହାଜ ଉପରକୁ ତୋପ ଚଳାଇବା ଲାଗି ନିର୍ମାଣ କରିଥିଲେ। ଏଠାରେ ସେ ସମୟର ତୋପ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ମହଜୁଦ ଥିବା ଦେଖାଯାଇଛି।

{"id":147038,"width":582,"height":437}

ରାଜଭବନ ମାଟି ତଳେ ବଙ୍କର ଥିବା ନେଇ କାହାରିକୁ ସୂଚନା ନଥିଲା। ତେବେ ଗତ ୨୦୧୬ ମସିହାରେ ଏଠାରେ ୨୦ ଫୁଟ ଉଚ୍ଚର ଏକ କାନ୍ଥ ଧସିପଡିବାରୁ ମାଟି ତଳେ ଥିବା ବଙ୍କର ଦେଖାଯାଇଥିଲା। ଏହା ଯାଞ୍ଚ ପରେ ଏହା ସ୍ୱତନ୍ତ୍ରତା ପୂର୍ବର ଏକ ସୈନ୍ୟ ବଙ୍କର ବୋଲି ଜଣାପଡିବାରୁ ପନରୁଦ୍ଧାର ଲାଗି ପଦକ୍ଷେପ ନିଆଯାଇଥିଲା। ଏଠାରେ ବିଶାଳକାୟ ତୋପ ସଜ୍ଜିତ ହୋଇ ରହିଥିବା ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.