ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି : ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର
16/03/2019 at 2:29 PM

ନୂଆଦିଲ୍ଲୀ ୧୬|୩ : ଆଜି ରାଷ୍ଟ୍ରପତି ଭାବନରେ ପଦ୍ମ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ।
ଲୋକ ଗୀତିକାର ତେଜନ ବାଇ ପଦ୍ମ ବିଭୁଷଣ ପୁରସ୍କାରରେ ସମ୍ମାନୀତ ।
ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣନ ପଦ୍ମ ବିଭୁଷଣ ପୁରସ୍କାରରେ ସମ୍ମାନୀତ ।
ଟ୍ରେଡ ଓ ଇଣ୍ଡଷ୍ଟ୍ରି ବା ଏମଡିଏଚ ମସଲାର ମାଲିକ ଧରମପାଲ ଗୁଲାଟୀ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ ।
ପର୍ବତାରୋହୀ ବଚ୍ଚେନ୍ଦ୍ରୀ ପାଲ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ ।
ଅଭିନେତା ମନୋଜ ବାଜପେୟୀ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ।
ତବଲା ବାଦକ ସ୍ବପନ ଚୌଧୁରୀ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ।
ଭାରତୀୟ ଫୁଟବଲ କ୍ୟାପଟେନ ସୁନିଲ ଚେତ୍ରୀ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ।
ତୀରନ୍ଦାଜୀ ବମବେଲା ଦେବୀ ଲାଇଶ୍ରାମ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ।
ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ।
ସମାଜ ସେବା କରୁଥିବା ଏଚ.ଏସ ଫୁଲକା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ।
ବାସ୍କେଟ ବଲ ଖେଳାଳି ପ୍ରଶାନ୍ତି ସିଂହ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ।
ସମାଜସେବା କ୍ଷେତ୍ରରେ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ।
ବିରଳ କୃତିତ୍ବ ପାଇଁ କମଳା ପୂଜାରୀ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ।
ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୈତାରୀ ନାୟକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ।
ଚଳିତ ବର୍ଷ ୪ଜଣ ପଦ୍ମ ବିଭୂଷଣ, ୧୪ ପଦ୍ମ ଭୂଷଣ ଏବଂ ୯୪ ପଦ୍ମଶ୍ରୀ ସହ ୧୧୨ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା ।