ରାଷ୍ଟ୍ରପତି ଭବନରେ ଡିଜିଟାଲ ଇଣ୍ଡିଆର ଝଲକ : ଭିଡିଓ କନଫରେନସିଂ ଜରିଆରେ ୭ଟି ଦେଶର ରାଷ୍ଟ୍ରଦୂତଙ୍କ କ୍ରିଡେନ୍ସିଆଲ ସ୍ୱୀକାର କଲେ କୋବିନ୍ଦ

Published By : Prameya-News7 Bureau | May 21, 2020 IST

ନୂଆଦିଲ୍ଲୀ ୨୧/୦୫ : ରାଷ୍ଟ୍ରପତି ଭବନରେ ମେ ୨୧ ତାରିଖ, ଗୁରୁବାର ଦିନ ଡିଜିଟାଲ ଇଣ୍ଡିଆର ଝଲକ ଦେଖିବାକୁ ମିଳିଛି | ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭ଟି ଦେଶର ରାଷ୍ଟ୍ରଦୂତଙ୍କୁ ଡିଜିଟାଲ ମାଧ୍ୟମରେ ସ୍ୱାଗତ କରି ରାଷ୍ଟ୍ରଦୂତଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ରାମନାଥ କୋବିନ୍ଦ ପ୍ରଥମ ରାଷ୍ଟ୍ରପତି ଯିଏ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ରାଷ୍ଟ୍ରଦୂତଙ୍କୁ ସ୍ୱାଗତ ଜଣାଇଛନ୍ତି | କରୋନା ଯୋଗୁଁ କ୍ରିଡେନ୍ସିଆଲ ପ୍ରସ୍ତୁତି ପାଇଁ ବିସ୍ତୃତ ସମାରୋହ କରାଯାଇପାରିନଥିଲା | କରୋନା ଯୋଗୁଁ ରାଷ୍ଟ୍ରପତି କୋବିନ୍ଦ ସାମାଜିକ ଦୂରତା ପାଳନ କରୁଛନ୍ତି | ରାଷ୍ଟ୍ରପତି ଭବନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅନଲାଇନ ପ୍ରେଜେଣ୍ଟେସନ ଆବଶ୍ୟକୀୟ ବୋଲି ବିଚାର କରାଯାଇଛି କାରଣ ଏହା ରାଜନୈତିକ ସଂସ୍କୃତିର ଏକ ମହତ୍ଵପୁର୍ଣ ଅଂଶ ଯାହାକୁ ଅଣଦେଖା କରାଯାଇ ପାରିବନାହିଁ |

ଡିପିଆର କୋରିଆ, ସେନେଗଲ, କୋଟେ ଡି ଆଇବରର ରାଷ୍ଟ୍ରଦୂତଙ୍କ ସହ ତ୍ରିନିଦାଦ ଏବଂ ଟୋବେଗୋ, ମରିସସ, ଅଷ୍ଟ୍ରେଲିଆ ଏବଂ ରଵାଣ୍ଡାର ଉଚ୍ଚାୟୁକ୍ତ ସାଉଥ ବ୍ଲାକ ଆସିଥିଲେ | ଜଣେ ପରେ ଜଣେ ବଡ ପରଦା ସାମ୍ନାରେ ଛିଡା ହୋଇଥିଲେ | ପରଦାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ | ସାଉଥ ବ୍ଲାକ ଓ ରାଷ୍ଟ୍ରପତି ଭବନ ମଧ୍ୟରେ ଦୂରତା ମାତ୍ରା ୨୦୦ ମିଟର ରହିଛି | କିନ୍ତୁ ରାମନାଥ କୋବିନ୍ଦ ସାମାଜିକ ଦୂରତା ପାଳନ କରିବା ପାଇଁ ଭିଡିଓ କନଫରେନସିଂ ଜରିଆରେ ସାମିଲ ହୋଇଥିଲେ |

ବୈଦେଶିକ ମନ୍ତ୍ରାଳୟ ସଚିବ ବିକାଶ ସ୍ୱରୂପ ୭ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଉପସ୍ଥିତ ଥିଲେ | ଏହା ବିଦେଶୀ ରାଷ୍ଟ୍ରଦୂତଙ୍କ ପ୍ରଥମ ବ୍ୟାଚ ଯେଉଁମାନେ ମାର୍ଚ୍ଚ ୨୫ ତାରିଖ ପରେ ଭାରତରେ ଜାରି ହୋଇଥିବା ଲକ ଡାଉନ ମଧ୍ୟରେ କ୍ରିଡେନ୍ସିଆଲ ପ୍ରେଜେଣ୍ଟ କରିଥିଲେ |  

ଜଣେ ଅଧିକାରୀ କହିଛନ୍ତି ଯେ, ରାଷ୍ଟ୍ରଦୂତମାନେ ନିଜ ପତ୍ର ପଢିକି ଶୁଣେଇଥିଲେ ଏବଂ ରାଷ୍ଟ୍ରପତି ତାହାକୁ ଟିଭି ପରଦାରେ ସ୍ୱୀକାର କରିଥିଲେ | ପ୍ରୋଟୋକଲ ଅନୁସାରେ ମୁଣ୍ଡ ହଲାଇ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଥିଲେ | ଏହି ସମୟରେ କିଛି ରାଷ୍ଟ୍ରଦୂତ ନିଜ ଦେଶ ଯାତ୍ରା କରିବା ପାଇଁ ରାଜ୍ୟ ମୁଖ୍ୟଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ | ରାଷ୍ଟ୍ରପତି ନିମନ୍ତ୍ରଣ ସ୍ୱୀକାର କରିଥିଲେ ଏବଂ ଶେଷରେ ସେ ଭାରତକୁ ସେମାନଙ୍କୁ ସ୍ୱାଗତ ଜଣାଇ ଏକ ଛୋଟ ଅଭିଭାଷଣ ରଖିଥିଲେ | ଅଭିଭାଷଣ ମଧ୍ୟରେ ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ ଦେଶ ବର୍ତ୍ତମାନ କରୋନା ବିରୋଧରେ କିଭଳି ଯୁଦ୍ଧ କରୁଛି | 

ପ୍ରୋଟୋକଲ ପ୍ରସ୍ତୁତିରେ କଡା ନିୟମ ଓ ବିସ୍ତୃତ ଯୋଜନା ସାମିଲ ରହିଛି | ସାମାନ୍ୟ ସମୟ ମଧ୍ୟରେ ବିଦେଶ ମନ୍ତ୍ରାଳୟ ଅଧିକାରୀ ରାଷ୍ଟ୍ରଦୂତ ରାଷ୍ଟ୍ରପତି ଭବନର ଅଧିକାରୀଙ୍କ ସହିତ ରାଷ୍ଟ୍ରପତି ଭବନ ଆସିଥାନ୍ତି | ସେମାନଙ୍କୁ ଏକ ବିଶିଷ୍ଟ ଆସନ ଦିଆଯାଇଥାଏ | ଏହି ସମୟରେ ପ୍ରୋଟୋକଲ ଅଧିକାରୀ ମଧ୍ୟ ରାଷ୍ଟ୍ରଦୂତଙ୍କ ନିକଟରେ ବସିଥାନ୍ତି | ପ୍ରତ୍ୟେକ ରାଜନୈତିକ ମିଶନ ସମାରୋହ ପାଇଁ ଏକ ବିଶିଷ୍ଟ ସଂଖ୍ୟାରେ ଲୋକଙ୍କୁ ପାଠ ଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.