Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଶଂସାରେ ଶତମୁଖ ରାଷ୍ଟ୍ରପତି ରାମନାଥ କୋବିନ୍ଦ

8/12/2019 at 10:08 PM

ଭୁବନେଶ୍ୱର – ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ, ଗଲା ୭୫ ବର୍ଷରେ ବାଣୀବିହାର ପାଲଟିଛି ଶିକ୍ଷାର ମନ୍ଦିର । ଏହା ସହ ପୁରାତନ ଛାତ୍ରଛାତୀଙ୍କୁ ବିଶ୍ୱବିଦ୍ୟାଳୟର ବିକାଶ ଲାଗି ପାଣ୍ଠି ଗଠନର ପ୍ରସ୍ତାବ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ ।

ବାଣୀବିହାରରେ ମହାମହିମ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଶଂସାରେ ଶତମୁଖ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବଲିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ସାଥୀରେ ଥିଲେ ସହଧର୍ମିଣୀ ସବିତା କୋବିନ୍ଦ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଯୋଗ ଦେଇଥିଲେ । ନିଜର ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ, ଓଡ଼ିଶା ହେଉଛି ଶାନ୍ତିର ସ୍ଥାନ । ଏ ମାଟିରେ ପାଦ ଦେଇ ସେ ନିଜକୁ ଧନ୍ୟ ମନେ କରୁଛନ୍ତି । ଗଲା ୭୫ ବର୍ଷରେ ବାଣୀବିହାର ଶିକ୍ଷାର ମନ୍ଦିର ପାଲଟି ପାରିଛି । ଏହି ଅବସରରେ ପୁରାତନ ଛାତ୍ରଛାତୀଙ୍କୁ ବିଶ୍ୱବିଦ୍ୟାଳୟର ବିକାଶ ଲାଗି ପାଣ୍ଠି ଗଠନ ଲାଗି ସେ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପକ୍ଷରେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଓଡ଼ିଆରେ ବକ୍ତବ୍ୟ ଥିଲା ଆକର୍ଷଣୀୟ । ବିଶ୍ୱଦରବାରରେ ବାଣୀବିହାର ଜ୍ଞାନ ଉତ୍କର୍ଷତାରେ ପ୍ରତିଷ୍ଠିତ ହେବ ବୋଲି ସେ ଆଶା ବ୍ୟକ୍ତି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ ଛାତ୍ର ଓ ଶିକ୍ଷକ ମଧ୍ୟର ଉତ୍ତମ ସଂପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତେ ସାଥୀ ହୋଇ ବିଶ୍ୱବିଦ୍ୟାଳୟକୁ ଶ୍ରେଷ୍ଠ କରିବାକୁ ସେ ଆହ୍ୱାନ ଦେଇଥିଲେ । ସେପଟେ କେନ୍ଦ୍ର ମନ୍ତ୍ରୀ ତଥା ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଯଦି ସେ ବାଣୀବିହାରର ଛାତ୍ର ହୋଇ ନ ଥାନ୍ତେ, ତା ହେଲେ ଆଜି ଯାହା ହୋଇଛନ୍ତି, ତାହା ସମ୍ଭବ ହୋଇପାରି ନ ଥାନ୍ତା ।

ସଭା ଆରମ୍ଭରୁ ରାଷ୍ଟ୍ରପତି ଉତ୍କଳର ବରପୁତ୍ର ମଧୁ ବାବୁ, ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରମୁଖଙ୍କ ସ୍ମୃତିଚାରଣ କରିଥିଲେ । ଏହା ସହ ଋଷା ଭବନର ଭିତ୍ତିପ୍ରସ୍ତର ଶୁଭ ଦେଇଥିଲେ । ବାଣୀବିହାର କ୍ୟାମ୍ପସକୁ ଆସିବାରେ ରାମନାଥ କୋବିନ୍ଦ ହେଉଛନ୍ତି ଚତୁର୍ଥ ରାଷ୍ଟ୍ରପତି । ପୂର୍ବରୁ ରାଜେନ୍ଦ୍ର ପ୍ରସାଦ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ପ୍ରଣବ ମୁଖାର୍ଜୀ ଉତ୍କଳ କ୍ୟାମ୍ପସକୁ ଆସିଛନ୍ତି ।

   Related Posts