Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଛାତ୍ରଙ୍କ ସ୍ୱପ୍ନ ପୁରା କରିବାକୁ ଆଗକୁ ଆସିଲେ ରାଷ୍ଟ୍ରପତି, ଜାଣନ୍ତୁ ଉପହାରରେ କ’ଣ ଦେଲେ ରାମନାଥ କୋବିନ୍ଦ

31/07/2020 at 6:08 PM

ନୂଆଦିଲ୍ଲୀ ୩୧।୭: ଜାତୀୟ ରାଜଧାନୀ ଦିଲ୍ଲୀରେ ରହୁଥିବା ନବମ ଶ୍ରେଣୀ ଛାତ୍ର ରିଆଜକୁ ଶୁକ୍ରବାର ରାଷ୍ଟ୍ରପତିଙ୍କ ଉପହାର ମିଳିଛି। ବକ୍ରୀଇଦ ଅବସରରେ ମିଳିଥିବା ଉପହାରକୁ ରିଆଜ ‘ଇଦି’ ବୋଲି କହିଛି। ରିଆଜ ନିଜକୁ ଜଣେ ସାଇକ୍ଲିଷ୍ଟ ଭାବେ ବିକଶିତ କରିବାକୁ ଚାହୁଁଛନ୍ତି। ଏଣୁ ପାଠପଢା ଓ କାମରୁ ସମୟ କାଢି ଏଥିଲାଗି କଠିନ ପରିଶ୍ରମ ମଧ୍ୟ କରୁଛି। ରିଆଜର ସ୍ୱପ୍ନ ପୁରା କରିବାକୁ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାକୁ ଏକ ରେସିଂ ସାଇକେଲ ଉପହାର ଦେଇଛନ୍ତି।

ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବୟାନ ଅନୁସାରେ ରିଆଜ ଦିଲ୍ଲୀ ଆନନ୍ଦ ବିହାର ସର୍ବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର। ତେବେ ସେ ବିହାର ମଧୁବନୀର। ଏଠାରେ ଗାଜିୟାବାଦର ମହାରାଜପୁରରେ ଅଭିଭାବକଙ୍କ ସହ ଭଡ ଘରେ ରହୁଛି। ତା ପିତା ରୋଷେୟା ଭାବେ କାର୍ଯ୍ୟ କରୁଥିବା ବେଳେ ପାରିବାରିକ ଆର୍ଥିକ ସହଯୋଗ ଲାଗି ରିଆଜ ଏକ ହୋଟେଲରେ ବାସନ ମଧ୍ୟ ମାଜନ୍ତି। ପାଠ ପଢା ସାଙ୍ଗକୁ ରିଆଜ ନିଜକୁ ସାଇକ୍ଲିଷ୍ଟ ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଥିବାରୁ ରାଷ୍ଟ୍ରପତି ତାକୁ ରେସିଂ ସାଇକେଲ ଉପହାର ଦେଇଛନ୍ତି।

୨୦୧୭ମସିହାରେ ଦିଲ୍ଲୀ ରାଜ୍ୟସ୍ତରୀୟ ସାଇକ୍ଲିଂ ପ୍ରତିଯୋଗୀତାରେ ରିଆଜ କାଂସ୍ୟ ପଦକ ବିଜେତା ଥିଲା। କେବଳ ଏତିକି ନୁହେଁ ରିଆଜ୍ ଗୌହାଟୀରେ ଅନୁଷ୍ଠିତ ବିଦ୍ୟାଳୟ କ୍ରିଡାରେ ମଧ୍ୟ ଅଂଶଗ୍ରହଣ କରିଥିଲା। ଏଥିରେ ସେ ଜାତୀୟ ସ୍ତରରେ ଚତୁର୍ଥ ସ୍ଥାନ ହାସଲ କରିଥିଲା। କୋଚ୍ ପ୍ରମୋଦ ଶର୍ମା ରିଆଜକୁ ସାଇକ୍ଲିଂ କୋଚିଂ ଦେଉଥିବା ବେଳେ  ରାଷ୍ଟ୍ରପତି ଗଣମାଧ୍ୟମରୁ  ରିଆଜର ସଂଘର୍ଷ ସମ୍ପର୍କରେ ସୂଚନା ପାଇଥିଲେ। ସେହି ଅନୁସାରେ ତା ଲାଗି ଏକ ରେସିଂ ସାଇକେଲ ଉପହାର ପଠାଇଛନ୍ତି।

ତେବେ ରିଆଜ ଏପର୍ଯ୍ୟନ୍ତ ସାଇକ୍ଲିଂ ଅଭ୍ୟାସ ଲାଗି ଭଡାରେ ସାଇକେଲ ଯୋଗାଡ କରୁଥିଲା। ଏଥିପାଇଁ ହେଉଥିବା ଖର୍ଚ୍ଚ ବି ସେ ନିଜେ ବହନ କରୁଥିଲା। ଏଥିଲାଗି ସେ ନିଜର ଏକ ଏପରି ସାଇକେଲ ହେଉ ବୋଲି ଚାହୁଁଥିବା ବେଳେ ଚଳିତବର୍ଷ ଇଦ୍‌ରେ ତାହା ପୂରଣ ହୋଇପାରିଛି। ରାଷ୍ଟ୍ରପତି ସାଇକେଲ ସହ ତାକୁ ଶୁଭକାମନା ମଧ୍ୟ ଜଣାଇଛନ୍ତି। ସେ ଜଣେ ଜାତୀୟ ଚାମ୍ପିୟନ ହେଉ  ଓ କଠିନ ପରିଶ୍ରମ ବଳରେ ନିଜର ସ୍ୱପ୍ନ ପୁରଣ କରୁ ବୋଲି ରାଷ୍ଟ୍ରପତି ଶୁଭେଚ୍ଛାରେ ଜଣାଇଛନ୍ତି।

   Related Posts