ଷଷ୍ଠ ପର୍ଯ୍ୟାୟ ମତଦାନରେ ବିରାଟ କୋହଲିଙ୍କ ସମେତ ଅନେକ ନେତା, ଅଭିମେତା, ଖେଳାଳୀ ଦେଲେ ଭୋଟ

Published By : Prameya-News7 Bureau | May 12, 2019 IST

ନୂଆଦିଲ୍ଲୀ ୧୨\୫ : ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ୭ଟି ରାଜ୍ୟର ୫୯ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ଦିଲ୍ଲୀର ସମସ୍ତ ୭ଟି ଓ ହରିୟାଣାର ସମସ୍ତ ୧୦ଟି ଆଲନ ପାଇଁ ମତଦାନ ଚାଲିଛି । ଏହାଛଡା ପଶ୍ଚିମବଙ୍ଗ, ଝାରଖଣ୍ଡ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ମତଦାନ ଚାଲିଛି ।

{"id":111120}

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଭାରତୀୟ କ୍ରିକେଟ ଅଧିନାୟକ ବିରୋଟ କୋହଲି, ଶୀଲା ଦିକ୍ଷିତଙ୍କ ସମେତ ଅନେକ ନେତା, ଅଭିମେତା, ଖେଳାଳୀ ଭୋଟ ଦେଇଛନ୍ତି । ଶୀଲା ଦିକ୍ଷିତ ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ କଙ୍ଗ୍ରେସ ପ୍ରାର୍ଥୀ ଅଛନ୍ତି ।

{"id":111116}

ପୁର୍ବତନ କ୍ରିକେଟ ଖେଳାଳୀ ଏବଂ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ନିଜ ପତ୍ନୀଙ୍କ ସହ ଭୋଟ ଦେଇଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରନାଲର ଏକ ବୁଥରେ ମତଦାନ କରିଛନ୍ତି ।  

{"id":111117}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.