୩୪ ଦଫା ଦାବିରେ ଦିଗପହଣ୍ଡି ବିକାଶ ପରିଷଦର ସଭାପତିଙ୍କ ୭ ଦିନିଆ ରିଲେ ଅନଶନ

Published By : Prameya-News7 Bureau | January 27, 2021 IST

ଦିଗପହଣ୍ଡି୨୭/୧: ୩୪ ଦଫା ଦାବିରେ ଦିଗପହଣ୍ଡି ବିକାଶ ପରିଷଦ ସଭାପତି ଅଶେଷ ନାଥ ମିଶ୍ରଙ୍କ ୭ ଦିନିଆ ରିଲେ ଅନଶନ। ଦିଗପହଣ୍ଡି ସହରର ଉନ୍ନତିକରଣ ଏବଂ ଏନ୍ଏସିରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି ନେଇ ଅନଶନକୁ ଓହ୍ଲାଇଛନ୍ତି ସଭାପତି ଅଶେଷ। ଦିଗପହଣ୍ଡି ଗାନ୍ଧି ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ସେ ଅନଶନରେ ବସିଛନ୍ତି।

ତେବେ ଦିଗପହଣ୍ଡିକୁ ସର୍ବଦା ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଏଠାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦିଆଯାଉନି। ବିଭିନ୍ନ ଦାବି ନେଇ ୭ ଦିନଧରି ଅନଶନରେ ବସିବେ ବୋଲି ସଭାପତି କହିଛନ୍ତି। ଦିଗପହଣ୍ଡି ସହରରେ ଥିବା ନିର୍ମାଣଧୀନ ବସଷ୍ଟାଣ୍ଡକୁ ତୁରନ୍ତ କାର୍ଯ୍ୟକ୍ଷମ ସହ ଘର ଟିକସ ଏବଂ ପାଣି ଟିକସ ଛାଡ କରିବାକୁ ଦାବି ହୋଇଛି। ରାସ୍ତାକଡରେ ବେପାର କରୁଥିବା ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ୍‌, ଆଧୁନିକ କଲ୍ୟାଣ ମଣ୍ଡପ, ସହର ବାସିନ୍ଦାଙ୍କ ପାଇଁ ପାର୍କ, ଏନଏସି ଅଧୀନରେ ଥିବା ପୋଖରୀର ପୁନରୁଦ୍ଧାର ସହ ଏନଏସିରେ ହୋଇଥିବା ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଧାରଣରେ ବସିଛନ୍ତି ଦିଗପହଣ୍ଡି ବିକାଶ ପରିଷଦର ସଭାପତି। ତାଙ୍କୁ ସମର୍ଥନ କରି ସ୍ଥାନୀୟ ବହୁ ଲୋକ ଧାରଣାରେ ସାମିଲ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.