Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବଜେଟ୍ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ- ‘ସବୁ ବିପର୍ଯ୍ୟୟର ସଫଳ ସାମ୍ନା କରିଛି ଭାରତ, ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ’

29/01/2021 at 12:05 PM

ନୂଆଦିଲ୍ଲୀ,୨୯/୦୧:   ସଂସଦରେ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇଛନ୍ତି । ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୮ ଯାଏଁ ଚାଲିବ ।

ରାଷ୍ଟ୍ରପତି କହିଛନ୍ତି ଯେ, କରୋନା ମହାମାରୀ ବେଳେ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ । ନୂଆ ଦଶକ ଓ ନୂଆ ବର୍ଷର ଏହା ପ୍ରଥମ ଅଧିବେଶନ । ଏହାସହ ଭାରତ ସ୍ୱାଧିନତାର ୭୫ ବର୍ଷରେ ପାଦ ଦେଇଛି । କରୋନା ଲଢେଇରେ ଅସମୟରେ ଅନେକ ଦେଶବାସୀ ପ୍ରାଣ ହରାଇଛନ୍ତି । ସଂସଦର ୬ଜଣ ସଦସ୍ୟଙ୍କ ଜୀବନ ମଧ୍ୟ କରୋନା ନେଇଛି । ଏହି ସାଂସଦଙ୍କ ପ୍ରତି ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ରାଷ୍ଟ୍ରପତି କୋବିନ୍ଦ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର କରୋନା ଲଢେଇକୁ ଦ୍ରୁଢତାରେ ସହ ଲଢିଥିଲେ । ଫଳରେ ଲକ୍ଷଲକ୍ଷ ଜୀବନ ରକ୍ଷାପାଇଯାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଅନେକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ୮ ମାସରେ ୮୦ କୋଟି ଲୋକଙ୍କୁ ୫ କେଜିର ଅତିରିକ୍ତ ଖାଦ୍ୟ ଶସ୍ୟ ପ୍ରଦାନ କରାଯାଇଛି । ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ଅନେକ ପଦକ୍ଷେପ ନେଇଛନ୍ତି । ସେମାନଙ୍କୁ ନିଜ ଅଞ୍ଚଳରେ କାମ ଦେବା ପାଇଁ ସରକାର ଯୋଜନା କରିଛନ୍ତି । ୩୧ କୋଟି ଗରିବ ମହିଳାଙ୍କୁ ଜନଧନ ଖାତାରେ ଟଙ୍କା ପ୍ରଦାନ କରାଯାଇଛି । ୧୪ କୋଟିରୁ ଅଧିକ ମାଗଣା ଗ୍ୟାସ ସିଲିଣ୍ଡର ମିଳିଛି । ଭାରତ ଏବେ ଧିରେଧିରେ ଆତ୍ମନିର୍ଭର ଆଡକୁ ଗତି କରୁଛି । ଆଜି ଭାରତ ବିଶ୍ୱର ସବୁଠାରୁ ବଡ ଟିକାକରଣ ଅଭିଯାନ ଆମ୍ଭ କରିଛି । ଉଭୟ ଭାକସିନ୍ ଭାରତରେ ତିଆରି ହୋଇଛି । ଅନ୍ୟ ଦେଶଙ୍କୁ ମଧ୍ୟ ଭାରତ ଭାକସିନ୍ ଯୋଗାଉଛି । ସରକାର ସ୍ୱାସ୍ଥ୍ୟକ୍ଷେତ୍ରରେ ୬ ମାସରେ ଯେଉଁ କାର୍ଯ୍ୟ କରିଛନ୍ତି ତାହା କରୋନା ସଙ୍କଟ ବେଳେ ଫଳପ୍ରଦ ହୋଇଛି ।

ସେ ଆହୁରି କହିଛନ୍ତି ଯେ, ସରକାର ୧.୫ କୋଟି ଗରିବ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଲାଭ ଦେଇଛନ୍ତି । ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ହିତାଧିକାରୀଙ୍କୁ ମିଳିବ । ଏହାଦ୍ୱାରା ୩୦ ହଜାର କୋଟିରୁ ଅଦିକ ଟଙ୍କାର ଲାଭ ଗରିବମାନେ ପାଇବେ । ୨୪ ହଜାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ଅଛି । ମେଡିକାଲ କଲେଜରେ ୫୦ ହଜାରରୁ ଅଧିକ ଆସନ ବୃଦ୍ଧି କରାଯାଇଛି । ୨୨ଟି ନୂଆ ଏମ୍ସକୁ ମଞ୍ଜୁରୀ ମିଳିଛି ।

ସେହିପରି କୃଷି କ୍ଷେତ୍ରରେ ସରକାର ସ୍ୱାମୀନାଥନ ଆୟୋଗର ସୁପାରିଶକୁ ଲାଗୁ କରି ଦେଢଗୁଣା ଅଦିକ ଏମଏସପି ଦେଉଛନ୍ତି । ୨୦୧୩-୧୪ରେ ୪୨ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଥିଲା ଏବେ ଏଙା ୫୬ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ କୃଷକଙ୍କୁ ମିଳୁଛି । ସରକାର କୃଷକଙ୍କ ଲାଭ ପାଇଁ ନୂଆ କୃଷି ଆଇନ ଆଣିଛନ୍ତି । ଏହାଦ୍ୱାରା ୧୦ କୋଟି ନାମମାତ୍ର ଚାଷୀ୍ଙ୍କୁ ତୁରନ୍ତ ଲାଭ ମିଳିବ । ଏହି ଆଇନକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ସରକାର ଏହି ନିଷ୍ପତ୍ତିକୁ ପାଳନ କରିବେ । ଏହାସହ ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାକୁ ଅପମାନ କରାଯାଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ କୃଷକଙ୍କୁ ୨୦ ଲକ୍ଷ ସୋଲାର ପମ୍ପ୍ ଦିଆଯାଇଛି । ଜଳ ଜୀବନ ମିଶନ ବାବଦରେ ମଧ୍ୟ ରାଷ୍ଟ୍ରପତି ଅଭିଭାଷଣରେ କହିଛନ୍ତି । ଏତତ୍ ବ୍ୟତୀତ ସେ ଆହୁରି ମଧ୍ୟ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୬ ଲକ୍ଷ ୪୨ ହଜାର କିମିର ରାସ୍ତା ନିର୍ମାଣ ହୋଇଛି । ୬ ଲକ୍ଷରୁ ଅଧିକ ଗ୍ରାମରେ ଅପଟିକାଲ ଫାଇବର୍ ଯୋ଼ଡିବା ପାଇଁ ଅଭିଯାନ ଚାଲିଛି । ସ୍କିଲ୍ ଡେଭଲପମେଣ୍ଟରେ ଅନେକଙ୍କୁ ତାଲିମ ପ୍ରଦାନ କରାଯାଇଛି । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଗ୍ରାମୀଣ ଅଜୀବିକା ମିଶନରେ ୭ କୋଟିରୁ ଅଧିକ ମହିଳାଙ୍କୁ ଗତ ୬ ବର୍ଷରେ ୩ ଲକ୍ଷ ୪୦ ହଜାର କୋଟିର ଲୋନ୍ ମିଳିଛି । ଆଦିବାସୀଙ୍କ ଜୀବନଜୀବିକା ପାଇଁ ୬୦୦ କୋଟି ଟଙ୍କାର ଅତିରିକ୍ତ ଅର୍ଥ ଆଦିବାସୀ ପରିବାରକୁ ମିଳିଛି । ୪୬ଟି ବନଜାତ ଦ୍ରବ୍ୟ ଉପରେ ୯୦ ପ୍ରତିଶତରୁ ଅଧିକ ଏମଏସପି ଲାଗୁ ହୋଇଛି ।  ଦେଶରେ ବିଦେଶୀ ପୁଞ୍ଜି ବଢିଛି । ବହୁ ବାଧା ସତ୍ତ୍ୱେ ଭାରତ କେବେ ଅଟକିବ ନାହିଁ । ସବୁ ବିପର୍ଯ୍ୟୟର ସଫଳ ସାମ୍ନା କରିଛି ଦେଶ । ୨୬ଟି ସହରରେ ମେଟ୍ରୋ ସେବା ପାଇଁ କାମ ଚାଲିଛି ।

ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଗତବର୍ଷ ୪ ଲକ୍ଷ କୋଟିରୁ ଅଧିକ ଡିଜିଟାଲ ପେମେଣ୍ଟ ହୋଇଛି । ୨୦୦ରୁ ଅଧିକ ବ୍ୟାଙ୍କ୍ ଆଜି ୟୁପିଆଇ ବ୍ୟବସ୍ଥା ସହ ଜଡିତ । ଜନଧନ ଆକାଉଣ୍ଟ, ଆଧାର ଓ ମୋବାଇଲ ଲିଙ୍କ୍ ଫଳରେ ୧,୮୦,୦୦୦ କୋଟି ଟଙ୍କା ଅସାଧୁଙ୍କ ହାତରେ ଲାଗିବାରୁ ବଞ୍ଚିଛି । ରାଷ୍ଟ୍ରୀୟ ଶିକ୍ଷାନୀତି ସକରାତ୍ମର ଫଳ ଦେଇଛି ।  ଏହାସହ ସେ କହିଛନ୍ତି ଯେ, ସରକାର ଦେଶବିରୋଧୀ ଶକ୍ତି ସହ ଲଢୁଛନ୍ତି । ହିଂସା ଉପରେ ରୋକ୍ ଲାଗିଛି । ଜମ୍ମୁ-କାଶ୍ମୀରରେ ଜିଲ୍ଲାସ୍ତରୀୟ ନିର୍ବାଚନ ସଫଳତାପୂର୍ବକ ହୋଇଛି । ଉପାନ୍ତ ଅଞ୍ଚଳକୁ ବିକାଶର ଆଲୋକରେ ଆଲୋକିତ କରାଯାଇଛି । ସୀମାରେ ଯବାନମାନେ ଶତ୍ରୁ ଦେଶର ସମସ୍ତ ପ୍ରୟାସକୁ ଭଣ୍ଡୁର କରିଛନ୍ତି । ଯବାନଙ୍କ ପରାକ୍ରମ ଓ ସାହସର ଗାଥା ଅନନ୍ୟ । ସରକାର ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ ଓ ସକ୍ଷମ ବୋଲି ରାଷ୍ଟ୍ରପତି କହିଛନ୍ତି ।

   Related Posts