Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ରାଜ୍ୟପାଳଙ୍କ କନଫରେନ୍ସ: ଉଦ୍‌ଘାଟନୀ ଅଧିବେଶନକୁ କାଲି ସମ୍ଵୋଧିତ କରିବେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

6/09/2020 at 10:20 PM

ନୂଆଦିଲ୍ଲୀ ୦୬।୦୯: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ରାଜ୍ୟପାଳଙ୍କ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ରବିବାର ଏହି ସୂଚନା ଦିଆଯାଇଛି।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କନଫରେନ୍ସର ନାମ ‘Role of NEP-2020 in Transforming Higher Education’ ରଖାଯାଇଛି। ରାଜ୍ୟପାଳଙ୍କ ଏହି କନଫରେନ୍ସରେ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ, ରାଜ୍ୟ ବିଶ୍ଵ ବିଦ୍ୟାଳୟର କୁଳପତି ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେବେ।

ରାଷ୍ଟୀୟ ଶିକ୍ଷା ନୀତି-୨୦୨୦ ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷା ନୀତି ଯାହାକୁ ୧୯୮୬ ପ୍ରଥମ ଶିକ୍ଷା ନୀତି ଲାଗୁ ହେବାର ୩୪ ବର୍ଷ ପରେ ଘୋଷିତ କରାଯାଇଛି।  ଏହି ଶିକ୍ଷା ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାରେ ବଡ ସଂସ୍କାର ଆଣିବ ବୋଲି ଆଶା କରାଯାଉଛି।

ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଭାରତକୁ ଏକ ନ୍ୟାୟସଙ୍ଗତ ଏବଂ ଜୀବନ୍ତ ଜ୍ଞାନ ସମାଜ  ନିର୍ମାଣ ଗଢି ତୋଳିବାରେ ପ୍ରୟାସ କରିବ। ଏହା ଭାରତ କେନ୍ଦ୍ରିତ ଶିକ୍ଷା ପ୍ରଣାଳୀକୁ ଲାଗୁ କରିଥାଏ, ଯାହା ଭାରତକୁ ବୈଶ୍ଵିକ ମହାଶକ୍ତି ହେବାରେ ସିଧାସଳଖ ଯୋଗଦାନ ଦେଇଥାଏ।

ଏଥିରେ କୁହାଯାଇଛି ରାଷ୍ଟ୍ରୀୟ ଶିକ୍ଷା ନୀତି ଦେଶର ଶିକ୍ଷା ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଦ୍ଵାର ପରିକଳ୍ପିତ ଆତ୍ମନିର୍ଭର ଭାରତ ପାଇଁ ଏକ ସକ୍ଷମ ଓ ସୁଦୃଢ ଶୈକ୍ଷେଣିକ ତନ୍ତ୍ରକୁ ନିର୍ମାଣ କରିବ। ସମଗ୍ର ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ର ଅନେକ ଦିଗକୁ ନେଇ ବିଭିନ୍ନ ଓ୍ଵେବିନାର, ଭର୍ଚୁଆଲ କନଫରେନ୍ସ ଏବଂ ସମ୍ମିଳନୀର ଆୟୋଜିତ କରାଯାଉଛି।

ଶିକ୍ଷା ଓ ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପ୍ରଥମେ ଶିକ୍ଷା ନୀତି-୨୦୨୦ ଆଧାରରେ ଉଚ୍ଚ ଶିକ୍ଷାରେ ଯୁଗାନ୍ତକାରୀ ସୁଧାର ଉପରେ ଏକ କନକ୍ଲେଭ ଆୟୋଜନ କରିଥିଲା। ଏହି କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଥିଲେ।

   Related Posts