ବିବାଦରେ ବିଚାରପତି ନିଯୁକ୍ତି ; ଜଷ୍ଟିସ୍ ସଂଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦିନେଶ ମାହେଶ୍ବରୀ ସୁପ୍ରିମକୋର୍ଟର ନୂଆ ବିଚାରପତି

Published By : Prameya-News7 Bureau | January 17, 2019 IST

ନୂଆଦିଲ୍ଲୀ ୧୭|୧: ଜଷ୍ଟିସ୍ ସଂଜୀବ ଖାନ୍ନା ଏବଂ ଜଷ୍ଟିସ୍  ଦିନେଶ ମାହେଶ୍ବରୀ ସୁପ୍ରିମ କୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତ । ବୁଧବାର ସରକାର କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଦିନେଶ ମହେଶ୍ୱରୀ ଏବଂ ଦିଲ୍ଲୀ ହାଇକୋର୍ଟର ବିଚାରପତି ସଞ୍ଜୀବ ଖନ୍ନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ପରେ ଏବି ବିଜ୍ଞପ୍ତି ଜାରି କରାଯାଇଛି । ଦେଶର ପାଞ୍ଚ ଜଣ ଶୀର୍ଷ ନ୍ୟାୟମୂର୍ତ୍ତିଙ୍କ ଏନେଇ ସୁପାରିସ କରଥିଲେ । ଏହି ସୁପାରିସ ଉପରେ ଏହି ନିଷ୍ପତ୍ତି ନିଆଯାଇଛି ।

{"id":74848}

ତେବେ ଏହି ନିଯୁକ୍ତିକୁ ନେଇ ପୁଣି ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। କାରଣ ଏହା ପୂର୍ବରୁ ଗତମାସ କଲେଜିୟମ ଯେଉଁ ଦୁଇ ବିଚାରପତିଙ୍କ ନାମ ସୁପାରିସ କରିଥିଲେ ସେଥିରେ ପୁଣି ପରିବର୍ତ୍ତନ କରିଥିଲେ। ସେମାନଙ୍କ ବଦଳରେ ଅନ୍ୟ ଦୁଇ ଜଣ ବିଚାରପତିଙ୍କ ନାମ ସୁପାରିସ କରିଥିଲେ। ତେବେ କଲେଜିୟମର ଏଭଳି ନିଷ୍ପତ୍ତି ନେଇ ଆପତ୍ତି ଉଠାଇଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ.କେ. କୌଲ, ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଆରଏମ୍ ଲୋଧା ଏବଂ ଭାରତୀୟ ବାର କାଉନସିଲ। ବିଭିନ୍ନ ହାଇକୋର୍ଟର ୩୨ ଜଣ ବିଚାରପତିଙ୍କ ବରିଷ୍ଠତାକୁ ଅଣଦେଖା କରି ଜଣେ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି କରଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.