Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କରୋନା ବିରୋଧରେ ଆମେରିକାର ବଡ ପଦକ୍ଷେପ, ଆଉ କିଛି ସମୟରେ ଜରୁରୀ କାଳୀନ ଘୋଷଣା କରିବେ ଟ୍ରମ୍ପ !

13/03/2020 at 10:02 PM

ଓ୍ଵାଶିଂଟନ ୧୩।୦୩: ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭୂତାଣୁ ବିଶ୍ଵ ମହାମାରୀର ରୂପ ନେଇ ସାରିଛି। ଆମେରିକା ଓ ଭାରତ ସମେତ ଦୁନିଆର ୧୧୮ରୁ ଅଧିକ ଦେଶରେ କରୋନା ବ୍ୟାପି ସାରିଛି। ଏବେ କରୋନାର ମୁକାବିଲା ଲାଗି ଆମେରିକା ରାଷ୍ଟ୍ରପତି ଜାତୀୟ ଜରୁରୀକାଳୀନ ଘୋଷଣା କରିବାକୁ ପ୍ରସ୍ତୁତି କରୁଛନ୍ତି। କୁହାଯାଉଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭୂତାଣୁର ବିପଦକୁ ଦୃଷ୍ଟିରେ ରଖି ଜାତୀୟ ଜରୁରୀକାଳୀନ ଘୋଷଣା କରି ପାରନ୍ତି।

ଭାରତୀୟ ସମୟ ଅନୁସାରେ ଆଜି ରାତି ୧୨ଟା ୩୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭୂତାଣୁକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ। କୁହାଯାଉଛି ଯେ, ଏହି ସମୟରେ ଟ୍ରମ୍ପ ଆମେରିକାରେ ଜରୁରୀକାଳୀନ ଘୋଷଣା କରିବେ।

ଉଲ୍ଲେଖଯୋଗ୍ୟ, ସମଗ୍ର ଦୁନିଆରେ ଆକ୍ରାନ୍ତଙ୍କ ସଂଖ୍ୟା  ଏକ ଲକ୍ଷ ୩୮ ହଜାର ୧୪୩ରୁ ଅଧିକ ହୋଇ ସାରିଛି। କରୋନାରେ ଅଦ୍ୟାବଧି ୫୦୮୦ ଜଣଙ୍କ ମୃତ୍ୟୁ ଘଟି ସାରିଛି ଏବଂ ୭୦ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ସାରିଛନ୍ତି। ଚୀନ ପରେ  କରୋନା ଭୂତାଣୁରେ ସର୍ବାଧିକ ସଂକ୍ରମିତ ମାମଲା ୟୁରୋପରେ ଦେଖିବାକୁ ମିଳିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଜେନେରାଲ କହିଛନ୍ତି ଯେ, ୟୁରୋପ କରୋନା ଭୂତାଣୁର କେନ୍ଦ୍ରରେ ପରିଣତ ହୋଇଛି।

ଦିଲ୍ଲୀରେ କରୋନା ଭୂତାଣୁର ୬ ମାମଲା, ହରିୟାଣାରେ ୧୭, କେରଳରେ ୨୨, ରାଜସ୍ଥାନରେ ୩, ତେଲଙ୍ଗାନାରେ ୧, ଉତ୍ତର ପ୍ରଦେଶରେ ୧୧, ଲଦାଖରେ ୩, ତାମିଲନାଡୁରେ ଏକ, ଜାମ୍ମୁ-କାଶ୍ମୀରରେ ୨ ମାମଲା, ପଞ୍ଜାବରେ ଏକ ମାମଲା, କର୍ଣ୍ଣାଟକରେ ୭, ଆନ୍ଧ୍ର ପ୍ରଦେଶର ଏକ ମାମଲା ଓ ମହାରାଷ୍ଟ୍ରରେ ୧୭ ମାମଲା ସାମ୍ନାକୁ ଆସିଛି।

   Related Posts