ନିର୍ଭୟା ଦୋଷୀ ଅକ୍ଷୟ ଠାକୁରର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ୱାରା ଅଗ୍ରାହ୍ୟ

Published By : Prameya-News7 Bureau | February 05, 2020 IST

ନୂଆଦିଲ୍ଲୀ ୫।୨:  ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଅନ୍ୟତମ ଦୋଷୀ ଅକ୍ଷୟ ସିଂ ଠାକୁରର ରାଜକ୍ଷମା ନିବେଦନ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଗ୍ରାହ୍ୟ କରିଦେଇଛନ୍ତି। ଏହା ପୂର୍ବରୁ ମାମଲାର ଅନ୍ୟ ୨ ଅଭିଯୁକ୍ତ ମୁକେଶ ଓ ବିନୟଙ୍କ କ୍ଷମା ନିବେଦନ ମଧ୍ୟ ରାଷ୍ଟ୍ରପତି  ଅଗ୍ରାହ୍ୟ  କରିଥିଲେ। ତେବେ ଏପର୍ଯ୍ୟନ୍ତ ମାମଲାରେ ପବନ ଲାଗି ସମସ୍ତ ଆଇନଗତ ବିକଳ୍ପ ଉନ୍ମୁକ୍ତ ରହିଛି। ଏ ଦିଗରେ ପବନର ପଦକ୍ଷେପ ନେଇ ନଥିବାରୁ ନିର୍ଭୟା ଅପରାଧୀଙ୍କ ଦଣ୍ଡ ନେଇ ଏବେବି ଅନିଶ୍ଚିତତା ଜାରି ରହିଛି।

{"id":220609,"width":585,"height":339,"sizeSlug":"large"}

ସେପଟେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ବୁଧବାର ତିହାର କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ରୁଜୁ ପିଟିସନରେ ନିଷ୍ପତ୍ତି ଶୁଣାଇଛନ୍ତି। ଏଥିରେ ଆଇନଗତ ବିକଳ୍ପ ଶେଷ ହୋଇଥିବା ନିର୍ଭୟା ଅପରାଧୀଙ୍କୁ ଦଣ୍ଡିତ କରିବା ଲାଗି ନିବେଦନ କରାଯାଇଥିଲା। ତେବେ  ହାଇକୋର୍ଟଙ୍କ ନ୍ୟାୟାଧୀଶ ଜଷ୍ଟିସ୍ ସୁରେଶ କୁମାର କୈତ ଫୈସଲା ପାଠ କରି ଉପଲବ୍ଧ ଆଇନଗତ ଉପଚାରରେ ଦୋଷୀମାନେ ୭ ଦିନ ମଧ୍ୟରେ ଆବେଦନ କରିପାରନ୍ତି । ଏହା ପରେ ଅଧିକାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରିପାରିବେ। ଏହା ସହ କେନ୍ଦ୍ର ସରକାରଙ୍କ ନିବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।

{"id":220610,"width":582,"height":944,"sizeSlug":"large"}

ହାଇକୋର୍ଟ ୨୦୧୭ ମସିହାରେ ଅପରାଧୀଙ୍କ ଆବେଦନ ସର୍ବୋଚ୍ଚ ନ୍ୟାୟାଳୟରେ ଅଗ୍ରାହ୍ୟ ହେବା ପରେ ଡେଥ୍ ୱାରେଣ୍ଟ ଜାରି ଲାଗି ଅଧିକାରୀ ପଦକ୍ଷେପ ନେଇ ନଥିଲେ ବୋଲି କହିଛନ୍ତି । ଏଣୁ କୋର୍ଟ ଅଧିକାରୀଙ୍କୁ ଉର୍ତ୍ସନା କରିଥିଲେ। ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ଅପିଲ କରିଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.