ଦିଲ୍ଲୀ ହାଇକୋର୍ଟର ବିଚାରପତି ମୁରଲୀଧରଙ୍କ ବଦଳିକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ : କଲେଜିୟମ୍ କରିଥିଲେ ସୁପାରିଶ

Published By : Prameya-News7 Bureau | February 27, 2020 IST

ନୂଆଦିଲ୍ଲୀ ୨୭/୨: ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଏସ୍ ମୁରଲୀଧରନଙ୍କ ବଦଳି ହରିୟାଣା ଏବଂ ପଞ୍ଜାବ ହାଇକୋର୍ଟକୁ କରି ଦିଆଯାଇଛି। ସୁପ୍ରିମ କୋର୍ଟ କଲେଜିୟମର ଫେବୃୟାରୀ ୧୨ତାରିଖରେ ସୁପାରିଶକୁ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ବିଚାରପତି ଏସଏ ବୋବଡ଼େଙ୍କ ଚର୍ଚ୍ଚା ପରେ ମଞ୍ଜୁରୀ ଦେଇଥିଲେ। ଏହି ସନ୍ଦର୍ଭରେ ଅଧିସୂଚନା ଜାରି କରି ଦିଆଯାଇଛି।

ବୁଧବାର ବିଚାରପତି ମୁରଲୀଧରଙ୍କ ପୀଠ ଦିଲ୍ଲୀ ହିଂସା ମାମଲାରେ ପୋଲିସକୁ ଭତ୍ସନା କରି ୩ଜଣ ଭାଜପା ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ କହିଥିଲେ।

 ଗତ ସପ୍ତାହରେ କଲେଜିୟମ୍ ଦ୍ବାରା ବିଚାରପତି ମୁରଲୀଧରଙ୍କ ବଦଳି ସୁପାରିଶ ହେବା ଦ୍ବାରା ଦିଲ୍ଲୀ ହାଇକୋର୍ଟ ବାର୍ ଆସୋସିଏସନର ଓକିଲମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଚାରପତି ମୁରଲୀଧରଙ୍କୁ ୨୦୦୬ମସିହାରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ସେ ୨୦୨୩ମସିହାରେ ଅବସର ଗ୍ରହଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.