Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ୟେଦୁରପ୍ପା ସରକାରଙ୍କ ଅଗ୍ନିପରୀକ୍ଷା ଗୁରୁବାର, ଫଳାଫଳ ଉପରେ ରହିଛି ସାରା ଦେଶର ନଜର

4/12/2019 at 10:24 PM

ବେଙ୍ଗାଲୁରୁ ୪।୧୨ : କର୍ଣ୍ଣାଟକର ୧୫ଟି  ବିଧାନସଭା ଆସନରେ ଉପ ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଡିସେମ୍ବର ୫ତାରିଖ ଗୁରୁବାର ଭୋଟଗ୍ରହଣ ହେବ। ।ନିର୍ବାଚନ ଫଳାଫଳ ଡିସେମ୍ବର ୯ ତାରିଖ ଦିନ ପ୍ରକାଶ ପାଇବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍. ୟଦୁରପ୍ପାଙ୍କ  ୪ମାସର ସରକାର ରହିବ ନା ଗଡିବ ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି।

ଏହି ଉପନିର୍ବାଚନ ରାଜ୍ୟର ଅଠାନୀ, କଗୱାଡ, ଗୋକକ, ୟେଲାପୁର, ହିରେକେରୁର, ରାନୀବେନ୍ନୁର, ବିଜୟନଗର, ଚିକବେଲାପୁର, କେ.ଆର.ପୁରା, ୟଶବନ୍ତପୁରା, ମହାଲକ୍ଷ୍ମୀ ଲେ ଆଉଟ୍, ଶିବାଜୀ ନଗର, ହୋସାକୋଟେ, କେ.ଆର.ପେଟେ ଓ ହୁନସୁର ଆଦି ଆସନରେ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସନ ହାତକୁ ଆସୁଆସୁ ଖସିଯାଇଥିବା ବେଳେ ଏବେ କର୍ଣ୍ଣାଟକ ସରକାର ବିଜେପି ଲାଗି ଗୁରୁତ୍ବପୂର୍ଣ୍ଣ  ମନେ କରାଯାଉଛି।

୧୫ଟି ବିଧାନସଭା ଆସନରୁ ବିଜେପିକୁ ଯେ କୌଣସି ପରିସ୍ଥିତିରେ ୮ଟି ହାତେଇବାକୁ ପଡିବ। ଯଦି ଏଥିରୁ ଗୋଟିଏ ବି ଆସନ କମେ ତେବେ ବିଜେପିକୁ କ୍ଷମତା ହରାଇବାକୁ ପଡିପାରେ। ଏହି ନିର୍ବାଚନରେ ବିଜେପି ସମସ୍ତ ବିଦ୍ରେହୀ ନେତା (କଂଗ୍ରେସ ଓ ଜେଡିଏସ ଛାଡି ବିଜେପିରେ ଯୋଗଦେଇଥିବା ନେତା)ଙ୍କୁ ପ୍ରାର୍ଥୀ କରିଛି। ତେବେ ସବୁଠୁ ବଡ କଥା ହେଉଛି ସେମାନେ ଛାଡି ଆସିଥିବା ଦଳର କର୍ମୀ ଓ ସଙ୍ଗଠନ ଏବେ ସେମାନଙ୍କ ସାଥ ଦେଉ ନାହାନ୍ତି।

ଗତ ନଭେମ୍ବର ୧୩ ତାରିଖରେ ଏହି ନେତାମାନଙ୍କୁ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷଣା କରିଥିବା ବେଳେ ସେମାନଙ୍କୁ ପୁନଃ ଜନମତ ଲୋଡିବାକୁ କହିଥିଲେ। ତେବେ ରାଜ୍ୟ ନିର୍ବାଚନ ଅଧିକାରୀ ରାଜ୍ୟର ଦକ୍ଷିଣ ଓ ଉତ୍ତର-ପଶ୍ଚିମ କ୍ଷେତ୍ରରେ ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିରପେକ୍ଷ ଭୋଟଗ୍ରହଣ ଲାଗି ସମସ୍ତ ପ୍ରସ୍ତୁତି ଓ ସୁରକ୍ଷା ଚୂଡାନ୍ତ ହୋଇଛି।  

   Related Posts