ଅଯୋଧ୍ୟାକୁ ସର୍ବଶ୍ରେଷ୍ଠ ତୀର୍ଥସ୍ଥଳୀ କରିବାକୁ ପ୍ରସ୍ତୁତି, ମୋଦୀ ସରକାର ଖର୍ଚ୍ଚ କରିବେ ଏକ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୦୮: ରାମ ମନ୍ଦିର ନିର୍ମାଣ କାମ ଯେତିକି ଯେତିକି ଆଗେଇ ଚାଲିଛି ତା ସହିତ ଅଯୋଧ୍ୟାର ରୂପ ମଧ୍ୟ ଆହୁରି ଭବ୍ୟ ହେବାରେ ଲାଗିଛି। କେନ୍ଦ୍ର ସରକାର ଏହି ତୀର୍ଥନଗର କାୟାକଳ୍ପ ବଦଳାଇବା ପାଇଁ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ଅଯୋଧ୍ୟା ଭଗବାନ ରାମଙ୍କ ଆବାସ୍ଥନ ପାଇଁ ମହତ୍ଵପୂର୍ଣ୍ଣ ହେବା ସହିତ ବିଶ୍ଵ ପର୍ଯ୍ୟଟନ ନକ୍ସାରେ ଯେମିତି ସ୍ଥାନିତ ହେବ କେନ୍ଦ୍ର ସରକାର ସେହି  ଦିଗରେ ପ୍ରୟାସ ଚଳାଇଛନ୍ତି। ଅଯୋଧ୍ୟାକୁ ସେମିତି ପରିଚୟ ମିଳୁ ଯେମିତି ଦୁନିଆର ସବୁ ବଡ ବଡ ତୀର୍ଥସ୍ଥଳକୁ ମିଳୁଛି।

ଗୋଟିଏ ପଟେ ଭଗବାନ ରାମଙ୍କ ଭବ୍ୟ ରାମମନ୍ଦିର ନିର୍ମାଣ ଜାରି ରହିବା ସହିତ ଅନ୍ୟପଟେ ଅଯୋଧ୍ୟାକୁ ମଧ୍ୟ ବିଶ୍ଵସ୍ତରୀୟ ଆଧୁନିକ ସୁବିଧାରେ ସୁସଜ୍ଜିତ କରାଯିବ। ଅଯୋଧ୍ୟାକୁ ରେଳ, ସଡକ ଓ ବାୟୁ ସବୁ ପ୍ରକାରର ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା  ସହ ଯୋଡାଯିବ। ଏହାର ପୂରା ବନ୍ଦୋବସ୍ତ କରାଯିବ ଯେମିତି କେହି ବି ଅଯୋଧ୍ୟା ଆଗମନ କଲେ ତାଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ଯେମିତି ନପଡେ।

ସୂତ୍ର ଅନୁଯାୟୀ ସରକାର ଚାହାନ୍ତି ଆଗାମୀ ୫ ବର୍ଷରେ ଦୁନିଆକୁ ଅଯୋଧ୍ୟାର ଏମିତି ରୂପ ଦେଖିବାକୁ ମିଳିବ ଯାହାକୁ ଦେଖିବା ପରେ ଏହାକୁ ‘ମୋଷ୍ଟ ଫେବରେଟ୍ ଟୁରିଷ୍ଟ ଡେଷ୍ଟିନେସନ’ର ଆଖ୍ୟା ଦେବେ। ବିମାନ ବନ୍ଦର, ଟ୍ରେନ, ଭିତ୍ତିଭୂମି, ବିଜୁଳି ପରି ସବୁ ଦିଗରେ ସରକାର ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳକୁ ଚମକାଇବା ପାଇଁ ଅଣ୍ଟା ଭିଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.