ଛୋଟ ବୟସରୁ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଓଡ଼ିଶା ସହ କର୍ଣ୍ଣାଟକର ଏହି କୁନି ପିଲା

Published By : Prameya-News7 Bureau | November 03, 2019 IST

ଭୁବନେଶ୍ୱର ୦୩।୧୧-  ସୁନ୍ଦରୀ ହେବାକୁ କିଏ ବା ନ ଚାହେଁ।.ଆଉ ସୁନ୍ଦରୀ ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ ଏକ କଷ୍ଟସାଧ୍ୟ ବ୍ୟାପାର ହୋଇଥିଲେ ବି ଖୁବ୍‌ କମ ବୟସରୁ କର୍ଣ୍ଣାଟକର ବର୍ଷା ସେଟ୍ଟି ଓ ତାଳଚେରର ପଲକ ମହାପାତ୍ର ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି।.ପାଠପଢା ସହ ଏପରି ବିଭିନ୍ନ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏମାନେ ସାଉଁଟିଛନ୍ତି ଅନେକ ପୁରସ୍କାର ଓ ସମ୍ବର୍ଦ୍ଧନା ।

ବୟସ ମାତ୍ର ୧୫, କିନ୍ତୁ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାକୁ ବହୁ ଆଗ୍ରହ।. ସୁଦୂର ବେଙ୍ଗାଲୁରୁରୁ ଆସିଥିବା ବର୍ଷା ଭି.ସେଟ୍ଟି। ଗତବର୍ଷ କିଟ୍ ନନ୍‌ହି ପରୀ ପ୍ରତିଯୋଗିତାରେ ପ୍ରଥମ ଦଶ ଜଣଙ୍କ ଭିତରେ ସ୍ଥାନ ପାଇଥିଲେ ବର୍ଷା।.ଆଉ ଚଳିତବର୍ଷ ବିଜେତା ମୁକୁଟ ପାଇବାକୁ ଭାରି ଆଶାବାଦୀ । ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୯ମ ପ୍ରତିଷ୍ଠା ଦିବସରେ ସମ୍ମାନିତ ହୋଇଛନ୍ତି ବର୍ଷା.. ଜୁନିୟର ମଡେଲ୍ ଇଣ୍ଟରନ୍ୟାସନାଲ କୁଇନ ବିଜେତା ବର୍ଷା ପାଠପଢା ସହ ଏଭଳି ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାକୁ ବହୁ ପରିଶ୍ରମ କରୁଥିବା କହିଛନ୍ତି ।

{"id":178641,"width":570,"height":461}

ପଲକଙ୍କ ଇଚ୍ଛା ବି ନିଆରା।. ଛୋଟ ବୟସରୁ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପଲକ ଅଣ୍ଟା ଭିଡିଛନ୍ତି।ପାଠ ସହ ଏପ୍ରକାର ପ୍ରତିଯୋଗିତାରେ ଭାଗ ନେବାକୁ ପଲକଙ୍କୁ କମ୍‌ କସରତ କରିବାକୁ ପଡୁନାହିଁ।ବଲିଉଡ୍ ସିନେମା ପ୍ୟାରୀ ବିଦ୍ୟା ଓ ଓଲିଉଡ୍ ସିନେମା ରୋମିଓ ଜୁଲିଏଟ୍‌ରେ ଅଭିନୟ କରିଥିବା ପଲକ ନିଜ ସ୍ବପ୍ନ ସାକାର କରିବା ପାଇଁ ଦିନ ରାତି ମେହନତ କରୁଥିବା କହିଛନ୍ତି।

{"id":178642,"width":584,"height":502}

ନିଜ ପ୍ରତିଭାକୁ ବିକଶିତ କରିବା ପାଇଁ ଉଭୟ ବର୍ଷା ଓ ପଲକଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡୁଛି।. ବାପା-ମାଙ୍କ ଆଶୀର୍ବାଦ ସହ ନିଜ ନିଜ ଗୁରୁମାନଙ୍କ ସଠିକ୍ ମାର୍ଗଦର୍ଶନରେ ଏମାନେ ଆଜି ବେଶ ନାଁ କମେଇଛନ୍ତି।. 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.