ବଡ଼ ଓଷା ଏବଂ ପଞ୍ଚୁକ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ, ନଭେମ୍ବର ଗାଇଡ୍‌ ଲାଇନ୍‌ ଉପରେ ରହିବ ନଜର

Published By : Prameya-News7 Bureau | October 26, 2021 IST

କଟକ ୨୬/୧୦: ଆସନ୍ତା ବଡ଼ ଓଷା ଏବଂ ପଞ୍ଚୁକ ବ୍ରତ ପାଇଁ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ଧବଳେଶ୍ଵର ପୀଠରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚୁକ ବ୍ରତ ଆସନ୍ତା ନଭେମ୍ବର ୧୫ ଠାରୁ ଆରମ୍ଭ ହୋଇ ନଭେମ୍ବର ୧୯ ରେ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହେବ । ପୀଠରେ ୧୭ ତାରିଖ ଦିନ ବଡ଼ ଓଷା ପାଳନ କରାଯାଇ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଗଜଭୋଗ କରାଯାଇ ପରଦିନ ୧୮ ତାରିଖ ଦିନ ଗଜଭୋଗ ବିତରଣ କରାଯିବ । ବର୍ତ୍ତମାନ ନଭେମ୍ବର ମାସର ଗାଇଡ୍ ଲାଇନ ଚାଲିଥିବାରୁ ନିଷ୍ପତ୍ତିକୁ ବଳବତ୍ତର ରଖାଯାଇଛି ।

ନଭେମ୍ବର ମାସର ଗାଇଡ୍ ଲାଇନ ଆସିଲେ ଯାତ୍ରା ହେବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କିନ୍ତୁ ଯାତ୍ରା ପାଇଁ ଯେଉଁଭଳି ଭାବେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଏ ସେହିଭଳି ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ଵତନ୍ତ୍ର ବୈଠକରେ ସ୍ଵାସ୍ଥ୍ୟ, ପରିମଳ, ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି । ପୂର୍ବ ବର୍ଷ ପରି ଚଳିତ ବର୍ଷ ଝୁଲାପୋଲର ମାହାସୁଲ ପାଞ୍ଚ ଟଙ୍କା କରାଯାଇଛି ।

{"id":533683,"width":775,"height":427,"sizeSlug":"full","linkDestination":"none"}

ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ପାଇଁ କୋଡ଼ିଏ ପ୍ଲାଟୁନ ଫୋର୍ସ ସହିତ ତିନି ଜଣ ଆଡିସନାଲ ଏସପି, ଚବିଶ ଜଣ ଇନ୍ସପେକ୍ଟର ଓ ୮୧ ଜଣ ସବ୍ ଇନ୍ସପେକ୍ଟରଙ୍କ ସମେତ ସାଧା ପୋଷାକରେ ପୋଲିସ ମୁତୟନ ହେବେ । ପଞ୍ଚୁକ ପାଞ୍ଚ ଦିନ ମଧ୍ୟରୁ ପ୍ରଥମ ଦୁଇ ଦିନ ଚନ୍ଦ୍ର ମଉଳି ବେଶ ହେବାକୁ ଥିବା ବେଳେ ବଡ଼ ଓଷା ଦିନ ବଡ ସିଂହାର ବେଶ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ମହାପ୍ରଭୁ ଧବଳେଶ୍ୱର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.