ରାମ ମନ୍ଦିର ଭୂମି ପୂଜନ: ୨୨.୬ କିଲୋର ରୂପା ଇଟାରେ ମନ୍ଦିରର ଶିଳାନ୍ୟାସ୍ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | July 28, 2020 IST

ଅଯୋଧ୍ୟା ୨୮।୦୭: ରାମ ମନ୍ଦିରର ଭୂମି ପୂଜନ ତାରିଖ ଯେମିତି ପାଖେଇ ଆସୁଛି ଅଯୋଧ୍ୟାରେ ଚଳଚଞ୍ଚଳ ବଢିବାରେ ଲାଗିଛି। ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ସମଗ୍ର ଦେଶରେ ମନ୍ଦିର ନିର୍ମାଣରେ ସହଯୋଗ ଦେବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଭୂମି ପୂଜନ ପାଇଁ ପବିତ୍ର ନଦୀର ଜଳ ଏବଂ ତୀର୍ଥ ସ୍ଥଳର ପବିତ୍ର ମାଟି ଅଣାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଭୂମି ପୂଜନ କରି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ।

{"id":306628,"sizeSlug":"large"}

ଅଗଷ୍ଟ ୫ ଭୂମି ପୂଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୂପାର ଇଟାରେ  ମନ୍ଦିରର ଶିଳାନ୍ୟାସ୍ କରିବେ। ଏହି ରୂପା ଅଯୋଧ୍ୟା ପହଞ୍ଚି ଯାଇଛି। ସୁଦ୍ଧ ରୂପାରେ ନିର୍ମିତ ଏହି ଇଟାର ଓଜନ ୨୨.୬ କିଲୋଗ୍ରାମ। ବର୍ତ୍ତମାନର ରୂପା ଦର ଦେଖିଲେ ଏହି ଇଟାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ୫୯ ହଜାର ଟଙ୍କା ହେବ।

ଅପରପକ୍ଷେ ରାମ ମନ୍ଦିର ନିର୍ମାଣର ନିଅଁରେ ଟାଇମ୍‌ କ୍ୟାପସୁଲ୍‌ ରଖିବା କଥାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଖାରଜ କରିଛି। ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସ୍ପଷ୍ଟ କରିଛନ୍ତି, ରାମ ମନ୍ଦିର ନିର୍ମାଣ ସ୍ଥଳରେ ଭୂମି ତଳେ କ୍ୟାପସୁଲ ରଖାଯିବ ଖବର ଭୁଲ୍ ଅଟେ। ଏହିପରି ଗୁଜବକୁ ବିଶ୍ଵାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

{"id":306629,"sizeSlug":"large"}

ରତ୍ନଖଚିତ ପୋଷାକ ପିନ୍ଧିବେ ଭଗବାନ ରାମ

ଭଗବାନ ରାମ, ଭ୍ରାତା ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ରାମ ମନ୍ଦିରର ଭୂମି ପୂଜନ ଅବସରରେ ରତ୍ନଖଚିତ ପୋଷାକ ପରିଧାନ କରିବେ। ରାମଦଳ ସେବା ଟ୍ରଷ୍ଟର ସଭାପତି ପଣ୍ଡିତ କଲକୀ ରାମ ଭଗବାନଙ୍କ ମୂର୍ତ୍ତିରେ ଏହି ପୋଷାକ ପିନ୍ଧାଇବେ। ଏହି ପୋଷାକରେ ନଅ ପ୍ରକାରର ରତ୍ନ ଖଚିତ ହେବ। ଭଗବାନଙ୍କ ପାଇଁ ବସ୍ତ୍ର ସିଲାଇ କାମ କରୁଥିବା ଭଗବତ ପ୍ରସାଦ କହିଛନ୍ତି ଭଗବାନ ରାମ ହଳଦିଆ ରଙ୍ଗର ପୋଷାକ ପରିଧାନ କରିବେ। ଭୂମି ପୂଜନ ବୁଧବାର ହେଉଛି ଏବଂ ଏହି ଦିନ ରଙ୍ଗ ହଳଦିଆ ହିଁ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.