Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ପୁଣି ଥରେ ସ୍ପିନ ଜାଲରେ ଫସିବେ ଇଂଲଣ୍ଡ ଖେଳାଳି ! ଚତୁର୍ଥ ଟେଷ୍ଟ ପାଇଁ ଟର୍ଣ୍ଣିଂ ପିଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ

1/03/2021 at 7:57 PM

ଅହମ୍ମଦାବାଦ ୦୧।୦୩: ଓ୍ଵାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲକୁ ଦୃଷ୍ଟିରେ ରଖିଲେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଅନ୍ତିମ ମୁକାବିଲା ବହୁତ ମହତ୍ଵପୂର୍ଣ୍ଣ ରହିଛି। ଭାରତ ପକ୍ଷେ ଚତୁର୍ଥ ଟେଷ୍ଟ ଅତି କମରେ ଡ୍ର ରହିବା ଜରୁରୀ। ତେବେ ତୃତୀୟ ଟେଷ୍ଟରେ ଯେଉଁଭଳି ସ୍ପିନ୍ ଟ୍ରାକ କରାଯାଇ ଭ୍ରମଣକାରୀ ଇଂଲଣ୍ଡକୁ ମାତ୍ ଦିଆଯାଇଥିଲା, ସେହିଭଳି ପିଚ୍ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

ଗୁଜରାଟ କ୍ରିକେଟ୍ ସଂଘର ଜୈନକ ଅଧିକାରୀ ନାମ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି, ଚତୁର୍ଥ ମୁକାବିଲା ପିଚ୍ ନମ୍ବର ୪ରେ ଖେଳାଯିବ। ଏହି ପିଚ୍‌ ଲାଲ ମାଟିରେ ନିର୍ମିତ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୋଟ୍ ୧୧ ପିଚ୍ ରହିଛି। ଏଥିରୁ ୫ ପିଚ୍‌ରେ ଲାଲ ମାଟି ଏବଂ ଛଅ ପିଚ୍‌ରେ କଳା ମାଟିର ବ୍ୟବହାର କରାଯାଇଛି। ତୃତୀୟ ଟେଷ୍ଟ ପାଞ୍ଚ ନମ୍ବର ପିଚ୍‌ରେ ଖେଳାଯାଇଥିଲା। ଛଅରୁ ୧୧ ନମ୍ବର ପର୍ଯ୍ୟନ୍ତ ପିଚ୍‌ କଳା ମାଟିରେ ନିର୍ମିତ ହୋଇଛି।

ରହିବ ନାହିଁ ଘାସ

ଗତ ଟେଷ୍ଟ ଲାଲ ମାଟିରେ ନିର୍ମିତ ପିଚ୍‌ରେ ଖେଳା ଯାଇଥିଲା। ଏହି ପିଚ୍‌ରେ ପ୍ରଥମ ଦିନରୁ ହିଁ ଧୂଳି ଉଡିଥିଲା। ଏପରିକି ବୋଲର ଲ୍ୟାଣ୍ଡିଂ ସ୍ଥାନର ମାଟି ମଧ୍ୟ ଉଠି ଯାଇଥିଲା। ଏହି ମୁକାବିଲା ସଂପୂର୍ଣ୍ଣ ଦୁଇ ଦିନ ଅର୍ଥାତ  ୬ ସେସନ ମଧ୍ୟ ହୋଇନଥିଲା।

ଅଧିକାରୀ କହିଛନ୍ତି, ପିଙ୍କ୍ ବଲ୍ ଟେଷ୍ଟ ପରେ ପିଚ୍‌କୁ ନେଇ ଯେଉଁ ବିତର୍କ ଆରମ୍ଭ ହୋଇଛି, ତାହା ଏ ପର୍ଯ୍ୟନ୍ତ ଜାରି ରହିଛି। ତେଣୁ ଅନୁମାନ କରାଯାଉଛି ଯେ, ସିରିଜ୍‌ର ଅନ୍ତିମ ମ୍ୟାଚ୍ ଛଅ ନମ୍ବର ପିଚ୍‌ ଅର୍ଥାତ କଳା ମାଟିରେ ନିର୍ମିତ ପିଚ୍‌ରେ ଖେଳାଯିବ। ଏହି ପିଚ୍‌ବ୍ୟାଟସମ୍ୟାନଙ୍କ ପାଇଁ ଅନୁକୂଳ ରହିପାରେ। କଳା ମାଟିର ପିଚ୍‌କୁ କ୍ରିକେଟ୍‌ ଭାଷାରେ ପାଟା ଓ୍ଵିକେଟ୍ କୁହାଯାଏ। ଏହି ଧରଣର ପିଚ୍‌ରେ ଖୁବ୍ ରନ ବର୍ଷା ହୋଇଥାଏ। କିନ୍ତୁ ଲାଲ ମାଟିର ପିଚ୍‌କୁ ଟର୍ଣ୍ଣିଂ ଟ୍ରାକ କୁହାଯାଏ।

ଜୈନିକ ଅଧିକାରୀ କହିଛନ୍ତି, ପିଚ୍‌କୁ ଘେରା ମଧ୍ୟରେ ରଖା ଯାଇଛି। ଏ ପର୍ଯ୍ୟନ୍ତ ପିଚ୍‌ ଉପରେ ଘାସ ରହିଛି, ହେଲେ ଏହା ମ୍ୟାଚ୍‌ ସମୟରେ ରହିବ ନାହିଁ। ହୋଇପାରେ ଏଥର ପିଚ୍‌ରେ କିଛି ଘାସ ଛଡା ଯାଇପାରେ ଯଦ୍ଵାରା ପିଚ୍‌ ଶୀଘ୍ର ଉଠିବ ନାହିଁ କି ଫାଟ ସୃଷ୍ଟି ହେବ ନାହିଁ। କିନ୍ତୁ ଏଠାକାର ପାଣିପାଗ ବହୁତ ଗରମ ଥିବା କାରଣରୁ ପିଚ୍‌ର ନମନୀୟତାକୁ ଜାରି ରଖିବା ଏକ ଆହ୍ଵାନପୂର୍ଣ୍ଣ କାର୍ଯ୍ୟ। ମ୍ୟାଚ୍‌ ରେଫରୀ ଜବାଗଲ ଶ୍ରୀନାଥ ରବିବାର ସନ୍ଧ୍ୟାରେ ପ୍ରଥମ ଥର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପହଞ୍ଚିଥିଲେ।

ସମସ୍ତ ନଜର ଏବେ ତାଙ୍କ ଉପରେ ରହିଛି ଯେ, ସେ ତୃତୀୟ ଟେଷ୍ଟର ପିଚ୍‌କୁ କେମିତି ରିପୋର୍ଟ ଦେବେ। ନିୟମ ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ ପାଇଁ ଚତୁର୍ଥ ଟେଷ୍ଟ ସମାପ୍ତକୁ ଅପେକ୍ଷା କରିବାକୁ ପଡିବ। ଦୁଇ ମ୍ୟାଚ୍‌ର ଆଧାରରେ ହିଁ ସେ ରିପୋର୍ଟ ପ୍ରସ୍ତୁତ କରିବେ।

   Related Posts